July 27, 2024

କେତେ ତାପମାତ୍ରା ସହ୍ୟ କରିପାରିବ ମନୁଷ୍ୟ ଶରୀର

1 min read

ନୂଆଦିଲ୍ଲୀ : ଦେଶର ଅଧିକାଂଶ ରାଜ୍ୟରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମେ’ ୧୬ ରୁ ହିଁ ଉତ୍ତର-ପଶ୍ଚିମ ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହି ପାରେ।ଏହା ମଧ୍ୟରେ ମଧ୍ୟପ୍ରଦେଶର ୨୦ ଜିଲାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର୍ କରିଛି। ସେହିପରି ୪ ଜିଲା ନିବାଡି, ଦତିଆ, ଖଜୁରାହୋ ଓ ରିବାରେ ମଙ୍ଗଳବାର ତାପମାତ୍ରା ୪୮ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି।

ଝାଡଖଣ୍ଡରେ ମଧ୍ୟ ତାପମାତ୍ରା ୪୮ ଡିଗ୍ରୀ ପହଞ୍ଚି ସାରିଛି। ହରିୟାଣାରେ ୪୯ ଡିଗ୍ରୀ, ଦିଲ୍ଲୀ ଓ ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ସାରିଛି। ବଢୁଥିବା ତାପମାତ୍ରା କାରଣରୁ ଲୋକଙ୍କୁ ନାନାଦି ସମସ୍ୟାର ସାମ୍ନା କରିବାକୁ ପଡୁଛି। ବୃଦ୍ଧି ପାଉଥିବା ତାପମାତ୍ରା କାରଣରୁ ଶରୀର ଏହା ସହ୍ୟ କରି ପାରୁ ନାହିଁ। ଶରୀର ବର୍ତ୍ତମାନର ଅତ୍ୟଧିକ ଗରମକୁ ସହ୍ୟ ନକରି ପାରିବା ସହ ଶରୀର ଥଣ୍ଡା ହେଉ ନାହିଁ।

ତେବେ ଏଭଳି ସମୟରେ ପ୍ରଶ୍ନ ଆସିଥାଏ। ମନୁଷ୍ୟ ଶରୀର କେତେ ତାପମାତ୍ରା ସହ୍ୟ କରିବାକୁ ସକ୍ଷମ। ଜାଣନ୍ତୁ.. ମନୁଷ୍ୟ ଶରୀରର ସାଧାରଣ ତାପମାତ୍ରା ୯୮.୯ ଡିଗ୍ରୀ ଫାରେନାହାଇଟ୍। ଯାହା ବାହାର ତାପମାତ୍ରାର ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସମାନ। ଯାହା ୪୨ ଡିଗ୍ରୀ ତାପମାତ୍ରା ସହ୍ୟ କରି ପାରିବ।

Leave a Reply

Your email address will not be published. Required fields are marked *