December 14, 2025

୨୭ ତାରିଖରୁ ୩ ଦିନ ପାଇଁ ହୋଟେଲ ଗୁଡ଼ିକୁ ବନ୍ଦ

1 min read

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବାତ୍ୟା ମନ୍ଥାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୋପାଳପୁରର ସମସ୍ତ ହୋଟେଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୭ ତାରିଖରୁ ୩ ଦିନ ପାଇଁ ହୋଟେଲ ଗୁଡ଼ିକୁ ବନ୍ଦ ରଖିବା ସହ ସମସ୍ତ ବୁକିଂ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ନିର୍ଦ୍ଦେଶାବଳୀକୁ ଅମାନ୍ୟ କରନ୍ତି, ତେବେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ବ୍ୟବସ୍ଥା ଅନୁଯାୟୀ ଗମ୍ଭୀରତାର ସହ ବିଚାର କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।