June 27, 2025

ମହାରାଷ୍ଟ୍ରର ପୁଣେରେ ହେଲିକପ୍ଟର ଦୁର୍ଘଟଣା

1 min read

ପୁଣେ: ମହାରାଷ୍ଟ୍ରର ପୁଣେରେ ହେଲିକପ୍ଟର ଦୁର୍ଘଟଣା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ଏବଂ ଅଗ୍ନି ଅଧିକାରୀଙ୍କ ଅନୁଯାୟୀ ପୁଣେର ବାବଧାନରେ ହେରିଟେଜ୍‌ ଏଭିଏସନ୍‌ର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବା ଫଳରେ ହେଲିକପ୍ଟରରେ ଥିବା ସମସ୍ତ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ପୁଣେ ମୁଖ୍ୟ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର ପ୍ରଭାକର ପୋଟଫୋଡ଼ କହିଛନ୍ତି, ଅକ୍ସଫୋର୍ଡ ହେଲିପ୍ୟାଡ୍‌ର ଅତି ନିକଟରେ ହେଲିକପ୍ଟର ଦୁର୍ଘଟଣା ହୋଇଥିବା ନେଇ ଆମ ପାଖରେ ସୂଚନା ଅଛି। ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳକୁ ୩ ଦମକଳ ଏବଂ ୨ଟି ଉଦ୍ଧାରକାରୀ ଯାନ ପଠାଯାଇଥିବା ସେ କହିଛନ୍ତି। ଘଟଣାସ୍ଥଳରେ ପହଞ୍ଚିବାପରେ ହେଲିକପ୍ଟରର ବିଭିନ୍ନ ଅଂଶ ଏଠି ସେଠି ପଡ଼ିଥିବା ସେମାନେ ଦେଖିଥିଲେ। ୩ ଜଣଙ୍କ ମୃତଦେହ ପୁଲିସକୁ ହସ୍ତାନ୍ତର କରାଯାଇଥିବା ସେ କହିଛନ୍ତି। ହେଲିକପ୍ଟରଟି ମୁମ୍ବାଇର ଜୁହୁରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ଏଥିରେ ୨ ଜଣ ପାଇଲଟ ଏବଂ ଜଣେ ଇଞ୍ଜିନିୟର ଥିଲେ।