November 9, 2025

ମହାକାଶକୁ ଗଲା ସବୁଠୁ ଓଜନିଆ ଉପଗ୍ରହ

1 min read

ଆନ୍ଧ୍ରପ୍ରଦେଶ: ଇସ୍ରୋ ରଚିଲା ଇତିହାସ । ମହାକାଶକୁ ଗଲା ସବୁଠୁ ଓଜନିଆ ଉପଗ୍ରହ । କମ୍ୟୁନିକେସନ ସ୍ୟାଟେଲାଇଟ CMS-03 ର ଉତକ୍ଷେପଣ କଲା ଇସ୍ରୋ । ଆନ୍ଧ୍ରପ୍ରଦେଶ, ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି । ଦେଶର ସବୁଠୁ ଶକ୍ତିଶାଳି ରକେଟ୍ LVM-03 M-5 ରେ ଉତକ୍ଷେପଣ କରାଯାଇଛି । ଭାରତୀୟ ନୌସେନା ପାଇଁ ଏହା କାମ କରିବ । ଜାହଜ ଓ ବୁଡ଼ାଜାହଜକୁ ସୁରକ୍ଷିତ ସେବା ଯୋଗାଇବ CMS-03 । ସାମୁଦ୍ରିକ ଓ ରଣନୈତିକ ସଂଯୋଗ ବୃଦ୍ଧି କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ।