Categories

February 9, 2026

ଆସନ୍ତା ୨ ସପ୍ତାହ ମଧ୍ୟରେ ଆସିବ ହିଟୱେଭ୍

1 min read

CREATOR: gd-jpeg v1.0 (using IJG JPEG v62), quality = 82

ଭୁବନେଶ୍ଵର: ସାରା ଓଡ଼ିଶାରେ ଏବେ ବଢ଼ି ଚାଲିଛି ତାତି। ଅଧିକାଂଶ ଅଞ୍ଚଳରେ ମାତ୍ରାଧିକ ଖରା ଅନୁଭୂତ ହେଉଛି। ଆସନ୍ତା ୨ ସପ୍ତାହ ମଧ୍ୟରେ ରାଜ୍ୟର ଏକାଧିକ ଅଞ୍ଚଳରେ ହିଟୱେଭ୍ ହେବାର ସମ୍ଭାବନା ରହିଛି। ବିଶେଷ କରି ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୩୬.୩ ଡିଗ୍ରୀ, ଝାରସୁଗୁଡ଼ାରେ ୩୬.୨ ଡିଗ୍ରୀ, ତାଳଚେର ଓ ସମ୍ବଲପୁରରେ ୩୫.୪ ଡିଗ୍ରୀ, ବଲାଙ୍ଗିର ୩୫.୨ ଏବଂ ଅନୁଗୁଳରେ ୩୫.୧ ଡିଗ୍ରୀ, ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରର ତାପମାତ୍ରା ୩୩.୪ ଡିଗ୍ରୀ ରହିଥିବାବେଳେ କଟକରେ ଦିନ ତାପମାତ୍ରା ୩୧.୮ ଡିଗ୍ରୀ ଛୁଇଁଥିଲା।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୨ ସପ୍ତାହରେ ଓଡ଼ିଶାରେ ହିଟୱେଭ ହେବାର ସମ୍ଭାବନା ରହିଛି। ଏହାର ରିପୋର୍ଟରେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଯାଏଁ ଗ୍ରୀଷ୍ମ ପ୍ରବାହ ହେବାର ୩୩ ପ୍ରତିଶତ ସମ୍ଭାବନା ରହିଥିବାର ଦର୍ଶାଯାଇଛିl

ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ି ଚାଲିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।