February 12, 2026

ଦିନକୁ ଦିନ ତାତି ବଢିବାରେ ଲାଗିଛି : ୬ ଜିଲ୍ଲାକୁ ସତର୍କତା

1 min read

ଭୁବନେଶ୍ଵର: କାଳବୈଶାଖୀ ବର୍ଷା ପରେ ରାଜ୍ୟକୁ ତାତି ଲେଉଟିଛି। ଦିନକୁ ଦିନ ତାତି ବଢିବାରେ ଲାଗିଛି। ଭୀଷ ଖରାରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଶୁକ୍ରବାର ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ଆଜି ୧୧ଟା ୩୦ ସୁଦ୍ଧା ୩୮ ଟପିଛି ତାପମାତ୍ରା। ୩୮.୮ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଝାରସୁଗୁଡା ୩୮, ହୀରାକୁଦ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆହୁରି ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସମ୍ବଲପୁର, ଝାରସୁଗୁଡା, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଆଦି ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।