July 27, 2024

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଝୁଲନ୍ତା ମୃତଦେହ ଉଦ୍ଧାର

1 min read

ସୁନ୍ଦରଗଡ଼: ଆଜି ଭୋରରୁ ସଦର ଥାନା ପଣ୍ଡରିପାନି ଗାଁ ନିକଟ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହ‌ୋଇଛି। ମୃତକ ହେଲେ ଗାଁର ସୂରଜ କିସାନ (୧୮)। ଗତକାଲି ରାତି ୧୧ଟାରୁ ସେ ନିଖୋଜ ଥିଲେ। ଭୋରରୁ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବକ ଆତ୍ମହତ୍ୟା କରିଥିବା କୁହାଯାଇଥିବାବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *