Categories

February 8, 2026

ସରକାର ପରିବେଶ ଶିକ୍ଷାକୁ ବାଧ୍ୟତାମୂଳକ ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରିବା ଦରକାର

1 min read

ଭୁବନେଶ୍ବର: କେବଳ ଭାରତ ନୁହେଁ। ବରଂ କୋଟିକୋଟି ଲୋକ ପରିବେଶର ବିପର୍ଯ୍ୟୟ ପାଇଁ ନିଜ ଜୀବନ ହାରୁଛନ୍ତି। ଆଉ ନିଜ ବାପା-ମା’ ଓ ଘରକୁ ମଧ୍ୟ ହରାଉଛନ୍ତି। ଆମ ସରକାର ପରିବେଶ ଶିକ୍ଷାକୁ ବାଧ୍ୟତାମୂଳକ ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରିବା ଦରକାର। ଭାରତର ଅନେକ ରାଜ୍ୟ ସରକାର ପରିବେଶ ଶିକ୍ଷାକୁ ଏକ ବାଧ୍ୟତାମୂଳକ ଶିକ୍ଷା ଭାବେ ନିଜର ସ୍କୁଲ ପାଠ୍ୟକ୍ରମରେ ସାମିଲ କରିଛନ୍ତି। ଯୁବ ପରିବେଶବିତ୍ ତଥା ଜଳବାୟୁ କାର୍ଯ୍ୟକର୍ତ୍ତା ଲିସିପ୍ରିୟା କଙ୍ଗୁଜମ ଏହା କହିଛନ୍ତି।

ସମ୍ବାଦ ଗ୍ରୁପ ପକ୍ଷରୁ ଭୁବନେଶ୍ବରରେ ବୁଧବାର ଠାରୁ ଆୟୋଜିତ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗ ଦେଇ ଲିସିପ୍ରିୟା କହିଛନ୍ତି, ଆମେ ବର୍ତ୍ତମାନ ପରିବେଶର ପରିବର୍ତ୍ତନକୁ ଦେଖିପାରୁଛେ। ହିଟ୍ ଓ୍ୱେଭକୁ ଅନୁଭବ କରିପାରୁଛେ। ଗ୍ଲୋବାଲ ଓ୍ୱାର୍ମିକୁ ଆମେ ଅନୁଭବ କରିପାରୁଛେ। ଏହା ହିଁ ହେଉଛି କ୍ଲାଇମେଟ୍ ଏମରଜେନ୍ସି। ଆଉ ଏହା ଜାରି ରହୁ ବୋଲି କେହି ବି ଚାହାଁନ୍ତି ନାହିଁ।

ମୁଁ ଆମ ପୃଥିବୀକୁ ସୁରକ୍ଷା ଦେବାକୁ ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଲଢୁଛି। ଆମେ ବର୍ତ୍ତମାନ ପରିବେଶର ପରିବର୍ତ୍ତନକୁ ଦେଖିପାରୁଛେ। ହିଟ୍ ଓ୍ୱେଭକୁ ଅନୁଭବ କରିପାରୁଛେ। ଗ୍ଲୋବାଲ ଓ୍ୱାର୍ମିକୁ ଆମେ ଅନୁଭବ କରିପାରୁଛେ। ଏହା ହିଁ ହେଉଛି କ୍ଲାଇମେଟ୍ ଏମରଜେନ୍ସି ବୋଲି ଲିସିପ୍ରିୟା କହିଛନ୍ତି।