May 16, 2025

ସୁନା ଲଗାତର ଭାବେ ନୂଆ ରେକର୍ଡ ସୃଷ୍ଟି କରୁଛି

1 min read

ଶୁଳ୍କ ଯୁଦ୍ଧ ଆରମ୍ଭ ହେବାପରେ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ସୁନା ଲଗାତର ଭାବେ ନୂଆ ରେକର୍ଡ ସୃଷ୍ଟି କରୁଛି। ମଙ୍ଗଳବାର ୧ ଲକ୍ଷ ଟଙ୍କା ଟପିଛି ସୁନା ଦାମ୍‌। ଏହାରି ସହିତ ସୁନା ଦର ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୨, ୬୫୦ ଟଙ୍କା ତଥା ୨୮.୬୮ ପ୍ରତିଶତ ବୃଦ୍ଧି ପାଇଛି। ଡିସେମ୍ବର ୩୧, ୨୦୨୪ରେ ସୁନା ୧୦ ଗ୍ରାମ ପିଛା ୭୮, ୯୫୦ ଟଙ୍କାରେ ବନ୍ଦ ହୋଇଥିଲା। ସୁନା ବ୍ୟବସାୟୀମାନେ କହିଛନ୍ତି ଯେ, ଅକ୍ଷୟ ତୃତୀୟା ଏବଂ ବିବାହ ଋତୁରେ ଚାହିଦା ବଢିବାର ଆଶା କରି ଅଳଙ୍କାର ବିକ୍ରେତାମାନେ ସୁନା କ୍ରୟ ବୃଦ୍ଧି କରିଛନ୍ତି, ଯଦ୍ଵାରା ମୂଲ୍ୟବାନ ଧାତୁର ମୂଲ୍ୟକୁ ସମର୍ଥନ ମଳିଛି।

କେଡିଆ ଆଡଭାଇଜରୀ ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ, ରେକର୍ଡ ସ୍ତରରେ ପହଞ୍ଚିବା ପରେ ଘରୋଇ ବଜାରରେ ସୁନା ମୂଲ୍ୟ ଆଗାମୀ ଏକ ମାସରେ ୭-୮ ପ୍ରତିଶତ ହ୍ରାସ ପାଇ ୯୧,୦୦୦ ରୁ ୯୨,୦୦୦ ଟଙ୍କା ହୋଇପାରେ। ଯଦି ବାଣିଜ୍ୟ ଯୁଦ୍ଧ ଥମିଯାଏ ଏବଂ ଅନିଶ୍ଚିତତା କିଛିଟା କମିଯାଏ, ତେବେ ସୁନା ଦାମ୍‌ ଆହୁରି କମିପାରେ।