ସିଏଓର ସାଧାରଣ ନିର୍ବାଚନ
1 min read
ଭୁବନେଶ୍ବର : କ୍ୟାଟରିଂ ଆସୋସିଏସନ୍ ଅଫ ଓଡିଶା(ସିଏଓ)ର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଅନୁପ କୁମାର ବାଗାଇ ସଂଘର ଅଧ୍ୟକ୍ଷ ଓ ନବରଂଜନ ପଟ୍ଟନାୟକ ପାଟର୍ନ ହୋଇଛନ୍ତି । ବିନୟ ଭୂଷଣ ପଟ୍ଟନାୟକ ସଭାପତି ଓ ଦେବୀ ପ୍ରସାଦ ରଥ ସାଧାରଣ ସମ୍ପାଦକ ପଦ ବଜାୟ ରଖିଛନ୍ତି । ସେମିତି ଏମ ଜୟ ପ୍ରସାଦ ରାଓ କୋଷାଧ୍ଯକ୍ଷ , ପ୍ରବୋଧ କୁମାର ଦାସ ମୁଖ୍ୟ ଦିଗଦର୍ଶକ ଓ ଦେବାଶିଷ ଧଲ ପ୍ରୋ ନିର୍ବାଚିତ ହୋଇଛନ୍ତି ।
ନିର୍ବାଚନ ପରେ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଥିଲା । “ଏହା ଆମେ ଦେଖି ଆସୁଛୁ ଯେ ପ୍ରତ୍ୟେକ ସାମାଜିକ ଭୋଜି ଭାତ କିମ୍ବା ଅନ୍ୟ କାର୍ଯ୍ୟରେ ଅତିଥିମାନେ ନିଜ ଥାଳିରେ ଖାଦ୍ୟ ନଷ୍ଟ କରୁଛନ୍ତି। ଭୋଜି ଭାତରେ ଖାଦ୍ୟ ନଷ୍ଟ ନକରିବା ପାଇଁ ଆମକୁ ଲୋକଙ୍କ ମଧ୍ୟରେ ଏକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ପଡିବ ବୋଲି ସିଏଓର ସଭାପତି ବିନୟ ଭୂଷଣ ପଟ୍ଟନାୟକ କହିଥିଲେ ।
“ବିଭିନ୍ନ ସାମାଜିକ ଅନୁଷ୍ଠାନରେ ଓଡିଶାର ଖାଦ୍ୟର ପ୍ରଚାର ପ୍ରସାର କରାଯିବ । ଆମ ଖାଦ୍ୟ ଓ ଆମ ସଂସ୍କୃତି ହେଉଛି ଆମର ପରିଚୟ ବୋଲି ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ରଥ ପ୍ରକାଶ କରିଥିଲେ ।
ସିଏଓର ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଜିଲ୍ଲା ସଂଘର ସଦସ୍ୟମାନେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।