August 10, 2026

କାରଖାନାରେ ଗ୍ୟାସ୍‌ ଲିକ

1 min read

ଭୁ‌ବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତ ବହୁଳ ଚନ୍ଦକା ଶିଳ୍ପାଞ୍ଚଳରେ ଆଜି ସନ୍ଧ୍ୟାରେ ରସାୟନିକ କାରଖାନାରୁ ଗ୍ୟାସ୍‌ ନିର୍ଗତ ହୋଇଛି। ଅଗ୍ନିଶମ ବିଭାଗର ସ୍ବତନ୍ତ୍ର ଟିମ୍‌ ଏହାକୁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି।
ସୂଚନା ଅନୁସାରେ ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏକ ରସାୟନିକ କାରଖାନା ‘ଶିଭମ୍‌ କେମିକାଲ୍ସ’ରୁ ଆଜି ସନ୍ଧ୍ୟାରେ ଅଚାନକ କ୍ଲୋରିନ ଗ୍ୟାସ୍‌ ନିର୍ଗତ ହୋଇଥିଲା। ଏନେଇ କାରଖାନାର ପକ୍ଷରୁ ଅଗ୍ନିଶମ ବାହିନୀ ଓ ପୁଲିସକୁ ସୂଚନା ଦିଆଯାଇଥିଲା।

ଖବର ପାଇଁ ଅଗ୍ନିଶମ ବାହିନୀର ୫ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ମାସ୍କ ପିନ୍ଧି ଆଧୁନିକ ଉପକରଣ ସହ ଅଗ୍ନିଶମ ଟିମ୍‌ର ଉଦ୍ୟମ କରୁଛନ୍ତି। ସଂପୃକ୍ତ ଅଞ୍ଚଳରେ କମିସନରେଟ୍‌ ପୁଲିସ ରାସ୍ତାଘାଟ ବନ୍ଦ କରିଛି। ପଟିଆରୁ ଇନ୍‌ଫୋସିଟି ରାସ୍ତାକୁ ବନ୍ଦ ରହିଛି।