May 22, 2025

ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୁଲିସକୁ ବଡ଼ ସଫଳତା

1 min read

ବ୍ରହ୍ମପୁର: ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୁଲିସକୁ ବଡ଼ ସଫଳତା ମିଳିଛି। ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ସହ ୧୬ ମୋବାଇଲ ଜବତ । ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ
ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୁଲିସକୁ ବଡ଼ ସଫଳତା ମିଳିଛି। ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ସହ ୧୬ ମୋବାଇଲ ଜବତ । ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଗଞ୍ଜାମ ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡା, ଭଞ୍ଜନଗର ଓ ପୋଲସରା ଥାନା ଅଞ୍ଚଳରେ ସ୍ପେଶାଲ ଡ୍ରାଇଭ୍‌ ହୋଇଥିଲା। ପୁରୁଷୋତ୍ତମପୁର ଏସ୍‌ଡିପିଓ, ଆସିକା ଏସ୍‌ଡିପିଓ, ଭଞ୍ଜନଗର ଏସ୍‌ଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଏହି ସ୍ପେଶାଲ୍‌ ଡ୍ରାଇଭରେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ୍‌।
ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଗଞ୍ଜାମ ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡା, ଭଞ୍ଜନଗର ଓ ପୋଲସରା ଥାନା ଅଞ୍ଚଳରେ ସ୍ପେଶାଲ ଡ୍ରାଇଭ୍‌ ହୋଇଥିଲା। ପୁରୁଷୋତ୍ତମପୁର ଏସ୍‌ଡିପିଓ, ଆସିକା ଏସ୍‌ଡିପିଓ, ଭଞ୍ଜନଗର ଏସ୍‌ଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଏହି ସ୍ପେଶାଲ୍‌ ଡ୍ରାଇଭରେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ୍‌।