May 19, 2025

ଦୁଇ ଜଣ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ

1 min read

ପାରାଦୀପ: ଗତକାଲି ବିଳମ୍ବିତ ରାତିରେ ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଏକ ଡାଲା ବଡି ଟ୍ରକ ଦ୍ରୂତ ଗତିରେ ଆସି ବ୍ରେକଡାଉନ ହୋଇଥିବା ଏକ ଆଇପିଟି ଡମ୍ଫରକୁ ଜୋରରେ ଧକ୍କା ଦେବା ଫଳରେ ଡମ୍ପରଟି ଓଲଟି ପଡ଼ିଥିଲା। ସେଥିରେ ଥିବା ଦୁଇ ଜଣ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଚନ୍ଦନ ଜେନା ଓ ରତ୍ନାକର ସ୍ବାଇଁ ।
ସୂଚନା ଅନୁସାରେ ଡମ୍ଫର ଖରାପ ହୋଇଥିବାରୁ ଏହାର ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରକୁ ଡାକି ଇଞ୍ଜିନ ସଜାଡୁଥିଲେ । ଏତିକି ବେଳେ ଡାଲାବଡି ଟ୍ରକଟି ଆସି ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଡମ୍ଫରର କ୍ୟାବିନ ଗାଡିରୁ ଅଲଗା ହୋଇ ଓଲଟି ପଡିଥିଲା ଏବଂ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ଡ୍ରାଇଭର ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ IPT ଡମ୍ପର ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୋର୍ଟ ଦୁଇ ନମ୍ବର ଓ ତିନି ନମ୍ବର ଫାଟକ ନିକଟରେ ବିକ୍ଷୋଭ କରୁଛନ୍ତି । ଫଳରେ ପୋର୍ଟ ମଧ୍ୟରେ ପଣ୍ୟ ପରିବହନ ଠପ୍ ହୋଇଯାଇଥିବା ଖବର ମିଳିଛି