November 27, 2026

ଯାଜପୁରରେ ଭିସା ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ଶିବିର ଆୟୋଜିତ

1 min read

ସାମାଜିକ ସ୍ୱାସ୍ଥ୍ୟସେବା ଓ ଜନକଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ ଭିସା ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ ପକ୍ଷରୁ ଏହାର ସିଏସ୍‌ଆର୍ (CSR) କାର୍ଯ୍ୟକ୍ରମ ଅଧୀନରେ ଯାଜପୁର ଜିଲ୍ଲାର ବାଲୁଙ୍ଗାବନ୍ଧି ଗ୍ରାମରେ ୨୬ ନଭେମ୍ବର ୨୦୨୬ ଏବଂ ରବଣା ଗ୍ରାମରେ ୨୭ ନଭେମ୍ବର ୨୦୨୬ରେ ଦୁଇଟି ବ୍ୟାପକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା।

ଏହି ଦୁଇଟି ଶିବିରରେ ପ୍ରାୟ ୨୨୦ ଜଣ ଗ୍ରାମବାସୀ ଯୋଗଦେଇଥିଲେ। ଯାଜପୁର ରୋଡ୍‌ସ୍ଥିତ ଭୂମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏକ ଟିମ୍‌ ଦ୍ୱାରା ସେମାନଙ୍କର ବିଭିନ୍ନ ପ୍ରକାର ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏଥିରେ ଦୃଷ୍ଟିଶକ୍ତି ପରୀକ୍ଷା, ରିଫ୍ରାକ୍ସନ୍ ଟେଷ୍ଟ, ଅଟୋରିଫ୍ରାକ୍ଟୋମିଟର (AR) ପରୀକ୍ଷା, ସ୍ଲିଟ୍ ଲ୍ୟାମ୍ପ ପରୀକ୍ଷା, ଆଖିର ଅନ୍ତଃଚାପ (IOP) ମାପିବା ସହ ମୋତିଆବିନ୍ଦୁ ଚିହ୍ନଟ ଓ ଡାକ୍ତରଙ୍କ ପରାମର୍ଶ ଆଦି ଅନ୍ତର୍ଭୁକ୍ତ ଥିଲା।
ଡାକ୍ତରୀ ପରୀକ୍ଷା ପରେ ଆବଶ୍ୟକତା ଅନୁଯାୟୀ ହିତାଧିକାରୀମାନଙ୍କୁ ମାଗଣାରେ ପଢ଼ା ଚଷମା ଓ ଆବଶ୍ୟକ ଚକ୍ଷୁ ଡ୍ରପ୍ ବଣ୍ଟନ କରାଯାଇଥିଲା। ଯେଉଁମାନଙ୍କୁ ପାୱାର ଚଷମାର ଆବଶ୍ୟକତା ରହିଛି, ସେମାନଙ୍କ ଦୃଷ୍ଟିଶକ୍ତି ଅନୁଯାୟୀ ଚଷମା ପ୍ରସ୍ତୁତ ହେବା ପରେ ଯୋଗାଇ ଦିଆଯିବ। ଏଥିସହ ଚିହ୍ନଟ ହୋଇଥିବା ମୋତିଆବିନ୍ଦୁ ରୋଗୀଙ୍କ ଅସ୍ତ୍ରୋପଚାର ଖର୍ଚ୍ଚ ମଧ୍ୟ ଭିସା ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ ବହନ କରିବ ବୋଲି ଜଣାପଡ଼ିଛି। ଫଳରେ ଚିହ୍ନଟ ରୋଗୀମାନେ ଆବଶ୍ୟକ ଚିକିତ୍ସା ପାଇପାରିବେ।
ଗ୍ରାମାଞ୍ଚଳରେ ଏଭଳି ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇଥିବାରୁ ଗ୍ରାମବାସୀମାନେ ଭିସା ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍‌ର ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ।
ଏଭଳି ଜନକଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ଭିସା ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ ନିଜର କାର୍ଯ୍ୟକ୍ଷେତ୍ର ଅଞ୍ଚଳରେ ଗୋଷ୍ଠୀଗତ ବିକାଶକୁ ସୁଦୃଢ଼ କରିବା ସହ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେମାନଙ୍କ ସାମଗ୍ରିକ ଜୀବନମାନର ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି।