୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ୧୮ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଛି
1 min read
ବାରିପଦା: ଉନ୍ନତ ଚିକିତ୍ସା ସେବା ପାଇଁ ମୟୂରଭଞ୍ଜବାସୀଙ୍କୁ ଦୂର ସହରକୁ ଦୌଡ଼ିବାକୁ ପଡ଼ୁଥିଲା। ଏବେ ସେହି ସେବା ଘର ନିକଟରେ ଉପଲବ୍ଧ ହେବ। ରୋଗୀଙ୍କ ପରିବାରର ଆର୍ଥିକ ଓ ଶାରୀରିକ କଷ୍ଟ ଦୂରହେବ। ବହୁ ମୂଲ୍ୟବାନ ଜୀବନ ରକ୍ଷା ପାଇଯିବ। ୨୫୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ(ପିଆର୍ଏମ୍) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅତ୍ୟାଧୁନିକ କୋଠାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ସରକାରର ମାତ୍ର ୨୦ ମାସ ମଧ୍ୟରେ ଯାଜପୁର, କନ୍ଧମାଳ ଓ ତାଳଚେରରେ ୩ଟି ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। ଗତ ଫେବ୍ରୁଆରି ମାସରେ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ପାଇଁ ଶୁଭ ଦିଆଯାଇଛି।
ଖୁବ୍ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ହେବ। ସେହିପରି ଗଜପତି, ମାଲକାନଗିରି, ରାୟଗଡ଼ାରେ ୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ ୨ଟି ନୂଆ ହୋମିଓପାଥିକ୍ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି।
ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ମୟୂରଭଞ୍ଜ ଜିଲ୍ଲାର କମ୍ୟୁନିଟି ହେଲ୍ଥ, ମାତୃ ଓ ଶିଶୁ ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ ଗବେଷଣା ଏବଂ ଜନଜାତି ବର୍ଗଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଏହି ମେଡିକାଲ କଲେଜ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୪୩୦.୬୨ କୋଟିରୁ ଅଧିକ ଟଙ୍କାର ୩୯ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ୧୮ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଜିଲ୍ଲାର ପାନୀୟଜଳ ସମସ୍ୟା ଦୂର ପାଇଁ ପ୍ରାୟ ୧୦୦ କୋଟିର ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପିଆର୍ଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିଦର୍ଶନ କରି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଥିଲେ। ମହାନ ସମାଜ ସଂସ୍କାରକ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ତ୍ୟାଗ ଓ ଆଦର୍ଶକୁ ସେ ମନେ ପକାଇଥିଲେ। ଉନ୍ନତ ଚିକିତ୍ସା ସେବା ପାଇଁ ମୟୂରଭଞ୍ଜବାସୀଙ୍କୁ ଦୂର ସହରକୁ ଦୌଡ଼ିବାକୁ ପଡ଼ୁଥିଲା। ଏବେ ସେହି ସେବା ଘର ନିକଟରେ ଉପଲବ୍ଧ ହେବ। ରୋଗୀଙ୍କ ପରିବାରର ଆର୍ଥିକ ଓ ଶାରୀରିକ କଷ୍ଟ ଦୂରହେବ। ବହୁ ମୂଲ୍ୟବାନ ଜୀବନ ରକ୍ଷା ପାଇଯିବ। ୨୫୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ(ପିଆର୍ଏମ୍) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅତ୍ୟାଧୁନିକ କୋଠାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ସରକାରର ମାତ୍ର ୨୦ ମାସ ମଧ୍ୟରେ ଯାଜପୁର, କନ୍ଧମାଳ ଓ ତାଳଚେରରେ ୩ଟି ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। ଗତ ଫେବ୍ରୁଆରି ମାସରେ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ପାଇଁ ଶୁଭ ଦିଆଯାଇଛି।
ଖୁବ୍ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ହେବ। ସେହିପରି ଗଜପତି, ମାଲକାନଗିରି, ରାୟଗଡ଼ାରେ ୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ ୨ଟି ନୂଆ ହୋମିଓପାଥିକ୍ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି।
ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ମୟୂରଭଞ୍ଜ ଜିଲ୍ଲାର କମ୍ୟୁନିଟି ହେଲ୍ଥ, ମାତୃ ଓ ଶିଶୁ ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ ଗବେଷଣା ଏବଂ ଜନଜାତି ବର୍ଗଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଏହି ମେଡିକାଲ କଲେଜ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୪୩୦.୬୨ କୋଟିରୁ ଅଧିକ ଟଙ୍କାର ୩୯ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ୨୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ୧୮ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଜିଲ୍ଲାର ପାନୀୟଜଳ ସମସ୍ୟା ଦୂର ପାଇଁ ପ୍ରାୟ ୧୦୦ କୋଟିର ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପିଆର୍ଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିଦର୍ଶନ କରି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଥିଲେ। ମହାନ ସମାଜ ସଂସ୍କାରକ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ତ୍ୟାଗ ଓ ଆଦର୍ଶକୁ ସେ ମନେ ପକାଇଥିଲେ।


