July 27, 2024

ମାଓବାଦୀ-ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ

1 min read

ନୂଆପଡା : ସୁନାବେଡ଼ା ଅଭୟାରଣ୍ୟରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାବାହିନୀ ଏବଂ ମାଓବାଦୀ | ଶିବନାରାୟଣପୁର ନିକଟରେ SOG ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା | ଏଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାୟପୁରର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, ଗତ ୨ ଦିନ ତଳେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ ଲୁଚିଥିବାନେଇ ଗୁଇନ୍ଦା ସୂତ୍ରରୁ ସୁରକ୍ଷାବାହିନୀଙ୍କୁ ଖବର ମିଳିଥିଲା | ଏହାପରେ ରବିବାର ଦିନ ରାତି ୩ଟା ବେଳେ SOG ଯବାନ ମାନେ ଶିବାନରାୟଣପୁର ଗାଁ ନିକଟ ଓଡିଶା ଓ ଛତିଶଗଡ଼ ସୀମାନ୍ତ ଘଞ୍ଚ ଜଙ୍ଗଲରେ କୁମ୍ବିଂ ଅପରେସନରେ ଯାଇ ମାଓବାଦୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା | ଗୁଳି ବିନିମୟରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ତାଙ୍କ ତଣ୍ଟିରେ ଗୁଳି ଲାଗିବା ସହ ଗଳାରେ ଫସି ରହିଥିଲା | ଫଳରେ ଆଜି ଭୋର ସମୟରେ ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଗାରିଆମାଳ ପ୍ରାଥମିକ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା | ମାତ୍ର ସେଠାରେ ଅବସ୍ଥା ସଂକଣ୍ଟାପନ୍ନ ହେବାରୁ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯଇଛି | ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯବାନମାନେ ଉକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *