୨୩୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍
1 min read
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଳକ ପେଣ୍ଠପାଳ ଗ୍ରାମ ପଂଚାୟତ ଅନ୍ତର୍ଗତ କୂଳସାହିସ୍ଥିତ ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟରେ ୪ ଦିନ ଧରି ଜଳବନ୍ଦୀ ଥିଲେ ଛାତ୍ରଛାତ୍ରୀ। ଆଜି ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟର ୨୩୦ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍। ବନ୍ୟା ସ୍ଥିତକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡଙ୍ଗାରେ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍।। ସେମାନଙ୍କ ମଧ୍ୟରେ ୧୪୦ଜଣ ଛାତ୍ର ଥିବା ବେଳେ ୯୦ ଛାତ୍ରୀ ଥିବା ଜଣାଯାଇଛି।
ହଷ୍ଟେଲ୍ରେ ଥିବା ପିଲାଙ୍କୁ ଉଦ୍ଧାର
ବନ୍ୟା ଯୋଗୁ ପ୍ରାୟ ଅଢ଼େଇ ଶହରୁ ଅଧିକ ଛାତ୍ରଛାତ୍ରୀ ଫସିରହିଥିଲେ। ଏହି ସ୍କୁଲଟି ନଦୀ କୂଳରେ ରହିଥିବାରୁ ହଠାତ ଶନିବାର ବନ୍ୟା ଆସିଯିବାରୁ ପିଲାମାନେ ହଷ୍ଟେଲ ଭିତରେ ରହିଯାଇଥିଲେ। ନଦୀରେ ପାଣି ବଢ଼ୁଥିବାରୁ ହଷ୍ଟେଲ ତଳ ମହଲାରେ ପାଣି ପଶିଥିଲା। ଶତାଧିକ ପିଲା ହଷ୍ଟେଲ୍ରେ ଥିବାରୁ ଗଭୀର ନଦୀ ସ୍ରୋତରେ ପିଲାଙ୍କୁ ଉଦ୍ଧାର କରି ଆଣିବା ପାଇଁ ପ୍ରଶାସନ ରିସ୍କ୍ ନେଇପାରୁନଥିଲା। ଗତକାଲି ମେଡିକାଲ୍ ଟିମ୍ ଯାଇ ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ଗତକାଲି ତୁଳନାରେ ଆଜି ନଦୀର ଜଳସ୍ତର ବଢ଼ିଛି।


