April 25, 2025

ଅନୁରାଗଙ୍କ ହାତ ଧରିଲେ ଏଲିନା

1 min read

ଭୁବନେଶ୍ୱର: ଓଲିଉଡର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲମ୍ବା ସମୟ ଧରି ପ୍ରେମିକ ଅନୁରାଗଙ୍କ ସହିତ ସମ୍ପର୍କରେ ରହିବା ପରେ ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଦୁଇ ପରିବାରର ନିକଟସ୍ଥ ସମ୍ପର୍କୀୟ ଉପସ୍ଥିତ ରହିଥିଲେ। ପୂର୍ବରୁ ଏଲିନାଙ୍କ ସହିତ ଇଣ୍ଡଷ୍ଟ୍ରିର ବହୁ ଅଭିନେତାଙ୍କ ନାମ ଯୋଡ଼ା ଯାଉଥିଲା ବେଳେ ଏବେ ହଠାତ୍ ଅନୁରାଗଙ୍କ ସହିତ ବିବାହ ଖବର ଦେଇ ଏଲିନା ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

ଏଲିନା ଏକ ଘରୋଇ ଚ୍ୟାନେଲର ରିଆଲିଟି ଶୋ’ରୁ ବିଜେତା ହୋଇ ୨୦୧୫ ରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ। ଏହାପରେ କେହି ନୁହେଁ କାହାର, ଜଗା ହାତରେ ପଘା, ଲଭ୍ ଷ୍ଟେସନ, ଝିଅଟା ବିଗିଡ଼ିଗଲା, ଅଭୟ, ମୁଁ ଖାଣ୍ଟି ଓଡ଼ିଆ ଝିଅ, କାବୁଲା ବାରବୁଲା, ହାପି ଲକି, ୪ ଇଡିଅଟସ୍, ଟୋକାଟା ଫସିଗଲା, ପ୍ରତିଶୋଧ, ମାଲ୍ୟଗିରି ଆଦି ଚଳଚିତ୍ରରେ ଅଭିନୟ କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି।