December 4, 2024

୨୦୨୫ ଜାନୁଆରି ମାସ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି

1 min read

ପୁରୀ: ୨୦୨୫ ଜାନୁଆରି ମାସ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି କାମ। ଏହାରି ମଧ୍ୟରେ ଭିତର ରତ୍ନଭଣ୍ଡାରର ମରାମତି ମଧ୍ୟ ଶେଷ ହେବ। ଏନେଇ ସୋମବାର ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

“କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ମରାମତି କାମ ହୋଇପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ। ଏନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି ସରିଛି। ମରାମତି ସହ ଜାନୁଆରି ଶେଷ ସୁଦ୍ଧା ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି ମଧ୍ୟ ସରିବ ବୋଲି ଆମେ ଆଶା ରଖିଛୁ”, କହିଛନ୍ତି ପୃଥ୍ଵୀରାଜ ହରିଚନ୍ଦନ।

ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ପ୍ରସ୍ତୁତ ହୋଇ ସାରିଛି। ଏଏସଆଇ ମରାମତି କରି ସାର୍ଟିଫିକେଟ୍ ଦେବା ପରେ ଗଣତିମଣତି ହେବ। ମହାପ୍ରଭୁଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି ଏସଓପିରେ କୁହାଯାଇଥିଲା।