July 27, 2024

ପେନସନ ଟଙ୍କା ବୃଦ୍ଧି ନ ହେବାରେ ବରିଷ୍ଠ ମହାସଂଘର ଅସନ୍ତୋଷ

1 min read

ଭୁବନେଶ୍ୱର,୭/୨(ସ୍ଵ.ପ୍ର) : ମଧୁବାବୁ ପେନସନ ଯୋଜନାରେ ସରକାର ନୂତନ ଭାବେ ଆଉ ୪ ଲକ୍ଷ ଅଭାବୀ ଲୋକଙ୍କୁ ଏବଂ ୩୦ ହଜାର କଳାକାରଙ୍କୁ ଯୋଡ଼ିବାରେ ବରିଷ୍ଠ ମହାସଂଘ ସାଧୁବାଦ ଜଣାଇଛି | ମାସିକ ପେନସନ ୫୦୦ ଟଙ୍କାକୁ ଦୁଇ ହଜାର କରିବା, ଟ୍ୟାକ୍ସ ଦେଉ ନ ଥିବା ପ୍ରତ୍ୟେକ ପରିବାର, ଏପରିକି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା, ଖାଦ୍ୟ ସୁରକ୍ଷା ଯୋଜନାର ଖାଦ୍ୟ ଶସ୍ୟ ୫ରୁ ୧୦ କେଜି କରିବା, ପ୍ରତ୍ୟେକ ରେଜିଷ୍ଟର୍ଡ ବରିଷ୍ଠ ସଂଘକୁ ଜାଗା କିମ୍ବା ଘର ଏବଂ ଯୋଜନା ଅନ୍ତର୍ଭୁକ୍ତ ଅନୁଦାନ ୫୦,୦୦୦ ଟଙ୍କା ପ୍ରଦାନ କରିବା , ପୁରୀ ଜଗନ୍ନାଥ ଦର୍ଶନରେ ବରିଷ୍ଠଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା , ବସ ଭଡ଼ାରେ ୫୦ ପ୍ରତିଶତ ରିହାତି ପ୍ରଦାନ କରିବା ଓଡ଼ିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ମୁଖ୍ୟ ଦାବି ରହିଥିଲା | ବରିଷ୍ଠ ସଂଘର ଦାବି ସମ୍ପର୍କରେ ସରକାର କୌଣସି ଘୋଷଣା କରିନାହାଁନ୍ତି ତେଣୁ ସଂଘ ଉଦବେଗ ପ୍ରକାଶ କରିଛି | ଉକ୍ତ ଦାବିଗୁଡିକ ଶୀଘ୍ର ପୂରଣ ନ ହେଲେ ବରିଷ୍ଠ ସଙ୍ଘ ଆନ୍ଦୋଳନର ପନ୍ଥା ଗ୍ରହଣ କରିବ ବୋଲି ଏହାର ସଭାପତି ଡ଼ ପି. କେ. ଦାସ ସାଧାରଣ ସମ୍ପାଦକ ରାଜ କିଶୋରେ ସାମନ୍ତରାୟ ଏବଂ କାର୍ଯ୍ୟକାରୀ ସଭାପତି ଇ. ଗିରିଜା ନନ୍ଦନ ମହାନ୍ତି ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *