February 22, 2026

ପରାଜୟ ପରେ ବିଜେଡିରେ ଅସନ୍ତୋଷ

1 min read

ଭୁବନେଶ୍ୱର: ବିଜେଡିରେ ଅସନ୍ତୋଷ, ଶଙ୍ଖ ଭବନରେ ପାଣ୍ଡିଆନଙ୍କ ବିରୋଧରେ ନାରା ପରାଜୟ ପରେ ବିଜେଡିରେ ଅସନ୍ତୋଷ। କ୍ଷୁବ୍ଧ ହୋଇଛନ୍ତି ଯୁବ ଓ ଛାତ୍ର ନେତା। କୌଣସି ପରିସ୍ଥିତିରେ ପାଣ୍ଡିଆନ କିମ୍ବା ତାଙ୍କ

ସମର୍ଥକଙ୍କୁ ଶଙ୍ଖ ଭବନରେ ପୂରାଇ ଦିଆଯିବ ନାହିଁ ବୋଲି ବିଜେଡିର ଯୁବ ଓ ଛାତ୍ରନେତା ମାନେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ, ଶନିବାର ନବୀନ ନିବାସରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରତାପ ଦେବ, କଳିକେଶ ସିଂହଦେଓ ଏବଂ ପ୍ରସନ୍ନ

ଆଚାର୍ଯ୍ୟ ସାମିଲ ହୋଇଛନ୍ତି। ସେହିପରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି।

Leave a Reply

Your email address will not be published. Required fields are marked *