February 14, 2025

ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସଙ୍କ ପୁତ୍ର ବିୟୋଗ

1 min read

ଭୁବନେଶ୍ବର,୨୮/୧(ନିପ୍ର) : କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସଙ୍କ ପୁତ୍ର ସୌମ୍ୟରଞ୍ଜନ ଦାସଙ୍କ ୨୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। କିଛି ଦିନ ଧରି ସେ ରୋଗରେ ପିଡ଼ିତ ଥିବାବେଳେ ସୋମବାର ସନ୍ଧ୍ୟାରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସଯୋଗେ ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରାତି ପ୍ରାୟ ୮ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗ ଖବର ମିଳିବା ପରେ ଆତ୍ମୀୟ ସ୍ୱଜନଙ୍କ ସମେତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ଓ ଶୁଭେଚ୍ଛୁ ମାନେ ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମରଶରୀର ନିକଟରେ ତାଙ୍କର ପିତା ଜ୍ଞାନରଞ୍ଜନ ଦାସ, ମାମୁଁ କିଶୋର ମାଣିଆ, ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସଙ୍କ ସମେତ ଅନେକ ସାମ୍ବାଦିକବନ୍ଧୁ ଉପସ୍ଥିତ ଥିଲେ। ରାତି ପ୍ରାୟ ସାଢେ ୧୨ଟା ବଳେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ସାନ ଭାଇ ସାଶ୍ବତ ଦାସ ମୁଖାଗ୍ନୀ ଦେଇଥିଲେ। ସୌମ୍ୟରଞ୍ଜନ ଜଣେ ମିଷ୍ଠଭାଷୀ ଓ ମେଳାପି ଯୁବକ ଥିବା ବେଳେ ପାଠପଢ଼ାରେ ବେଶ ରୁଚି ରଖିଥିଲେ। ଏଥିସହ କଳା ଓ ଗୀତଗାଇବାରେ ମଧ୍ୟ ବେଶ ପାରଙ୍ଗମ ଥିଲେ। ତାଙ୍କ ପରଲୋକ ଖବର ପାଇ ତାଙ୍କ ଜନ୍ମସ୍ଥାନ ଶହୀଦନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।