June 13, 2026

ରଥର ଆଗ ଓ ପଛରେ ସଂଯୋଗ ପାଇଁ ରଥଖଳାରେ ମହାରଣା ସେବକ କତରା ନିର୍ମାଣ

1 min read

ପୁରୀ: ନିର୍ମାଣାଧୀନ ତିନି ରଥର ଆଗ ଓ ପଛରେ ସଂଯୋଗ ପାଇଁ ରଥଖଳାରେ ମହାରଣା ସେବକ କତରା ନିର୍ମାଣ କରୁଛନ୍ତି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୧୨ଟି କତରା ନିର୍ମାଣ ଶେଷ ହୋଇଛି। ଭୂଇଁ ନିର୍ମାଣ ପାଇଁ କାଠ ଚଉପଟ କରାଯାଉଛି। କଳସ ନିର୍ମାଣ ଅବ୍ୟାହତ ରହିଛି। ଖପୁରିଆ କରତ କଳରୁ କାଠ ଆସିବା ପରେ ପୋଟଳ ନିର୍ମାଣ କରାଯିବ। ରଥରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭୂଇଁ ସଂଯୋଗ ଶେଷ ହୋଇଛି। ଏହାପରେ ପୋଟଳ ପକାଯିବାର କାର୍ଯ୍ୟକ୍ରମ ରହିଛି। ଅସ୍ଥାୟୀ କମାରଶାଳରେ ଓଝା ସେବକ ରଥ ପାଇଁ ବିଭିନ୍ନ ପ୍ରକାର କଣ୍ଟା ପ୍ରସ୍ତୁତ କରୁଛନ୍ତି। ପ୍ରବଳ ଖରା ଯୋଗୁଁ ରଥର ଚକଗୁଡ଼ିକ ଫାଟି ଯିବାର ସମ୍ଭାବନା ରହିଛି। ତେଣୁ ଚକଗୁଡ଼ିକୁ ଅଖାରେ ଗୁଡ଼ା ଯାଇଛି। ରଥ ନିର୍ମାଣରେ ଅଗ୍ରଗତି ହୋଇଛି।