May 13, 2025

ରଙ୍ଗର ପର୍ବ ହୋଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ୍ ଜାରି

1 min read

ଭୁବନେଶ୍ଵର: ଆସୁଛି ରଙ୍ଗର ପର୍ବ ହୋଲି। ଦୋଳ ପୂର୍ଣ୍ଣିମା ସହ ହୋଲି ଉତ୍ସବ ପାଇଁ ଚଳଚଞ୍ଚଳ ସମଗ୍ର ରାଜ୍ୟ। ଏସବୁ ମଧ୍ୟରେ ହୋଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ। ହୋଲି ଉତ୍ସବ ପାଇଁ ଭୁବନେଶ୍ଵରରେ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପେଟ୍ରୋଲିଂ କରାଯିବ। ହୋଲିରେ ନିଶା ଦ୍ରବ୍ୟର ବିକ୍ରି ଉପରେ ପ୍ରତିବନ୍ଧ ଲଗାଯାଇଛି। ନିଶା ସେବନ କରି ହୋଲି ଖେଳିଲେ ଲୋକେ ବନ୍ଧା ହେବେ। ଏନେଇ ଭୁବନେଶ୍ଵର ଡିସିପି ଜଗମୋହନ ମୀଣା ସୂଚନା ଦେଇଛନ୍ତି।

ହୋଲି ଦିନ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ,ସାମ୍ପ୍ରଦାୟିକ ହିଂସା ଓ ବିଭିନ୍ନ ଅଘଟଣ ଆଦିକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହୋଲିରେ ଭୁବନେଶ୍ଵର ସହରରେ ପୋଲିସର ଟିମ ପେଟ୍ରୋଲିଂ କରିବେ। ଅସାମାଜିକ କାର୍ଯ୍ୟ କଲେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ହୋଲି ଦିନ ଭୁବନେଶ୍ଵରରେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରେ ରଖି ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ହୋଲି ଦିନ ଡ୍ରଙ୍କନ ଡ୍ରାଇଭ୍ ଚେକିଂ ଜୋରଦାର କରାଯିବ।

ଏହାଛଡ଼ା ସହରର ମୁଖ୍ୟ ସ୍ଥାନଗୁଡ଼ିକରେ ଫୋର୍ସ ମୁତୟନ କରାଯିବ। ହୋଲି ପାଇଁ ମଙ୍ଗଳବାର ରାତିରେ ପୋଲିସ ପକ୍ଷରୁ ବିଭିନ୍ନ ଗାଡ଼ିର ଚେକିଂ କରାଯିବ। ଭୁନନେଶ୍ଵରର ବିଭିନ୍ନ ଜନଗହଳି ସ୍ଥାନ, ପାର୍କ ତଥା ଡାକ୍ତରଖାନା ଗୁଡ଼ିକରେ ସୁରକ୍ଷାର ବ୍ୟପକ ବ୍ୟବସ୍ଥା କରାଯିବ।

ଅନ୍ୟପଟେ ହୋଲିରେ ନଦୀ, ପୋଖରୀରେ ବୁଡ଼ି ଲୋକ ପ୍ରାଣ ହରାଇବାର ଦେଖିବାକୁ ମିଳେ। ଏଥିଲାଗି ନଦୀ ପଠା ତଥା ପୋଖରୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ଵରର କୁଆଖଇ ନଦୀ, ଦୟା ନଦୀ, କେଦାରଗୌରି ପୋଖରୀ ଏବଂ ବିନ୍ଦୁ ସାଗର ଆଦି ସ୍ନାନଗୁଡ଼ିକରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ନିୟୋଜିତ ହେବେ।