December 3, 2024

ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

1 min read

କଟକ: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ବାବୁଙ୍କ ଘରୁ ପୁଳା ପୁଳା ସୁନା ମିଳିଛି। ସୁନା ହାର, ଚେନ, ଚୁଡ଼ି, ମୁଦି ଏମିତି କେତେ କଣ ଅଳଙ୍କାରଭିଜିଲାନ୍ସ ହାତରେ ଲାଗିଛି। ୨୫ରୁ ଅଧିକ ସୁନା ମୁଦି, ପାଖାପାଖି ୩୦ଟି ସୁନା ହାର ଏହାସହ ଅନ୍ୟ ଅଳଙ୍କାର ଭିଜିଲାନ୍ସ ଜବତ କରିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୨ଟି ସ୍ଥାନରେ

ଭିଜିଲାନ୍ସ ଟିମ ପକ୍ଷରୁ ଚଢ଼ାଉ ଜାରି ରହିଛି। କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁରରେ ରେଡ ଚାଲିଛି।
ଭୁବନେଶ୍ୱର ରସୁଲଗଡ଼ ସତ୍ୟବିହାର ୟୁନିଟ୍ ୩୮ସ୍ଥିତ ବାସଭବନ,ଚନ୍ଦ୍ରଖେଶରପୁର ଓଏଷ୍ଟର ଆପାର୍ଟମେଣ୍ଟ, ଭଦ୍ରକ ଟାଉନ୍‌ ଜଗନ୍ନାଥପୁର ସ୍ଥିତ ଦୁଇ ମହଲା କୋଠାରେ ରେଡ୍‌ ଚାଲିଛି। କଟକ ବାରବାଟୀ ଷ୍ଟାଡିୟମ୍ ପରିସରରେ

ଥିବା ଅଫିସ, ଆଗରପଡ଼ାରେ ଥିବା ପୈତୃକ ଘର, ଭଦ୍ରକ ରନ୍ଧିଆସଣ ସ୍ଥିତ ଘରେ ଚଢାଉ ଚାଲିଛି। ସେହିପରି ଯାଜପୁର, ଖୋର୍ଦ୍ଧା, କଟକରେ ଥିବା ପ୍ଲଟରେ ମଧ୍ୟ ଚଢାଉ ଚାଲିଛି । ଯାଜପୁର ଟାଉନ ଓ ଭୁବନେଶ୍ବର

ଶାସ୍ତ୍ରୀନଗରରେ ଥିବା ଘର ସମେତ ନୟାପଲ୍ଲୀରେ ଥିବା ପୁଅର ମେଡିସିନ୍ ଦୋକାନରେ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍। ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ ଜବତ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ ।
ବାରବାଟୀ ଷ୍ଟାଡିୟମରେ ଥିବା ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର, କଟକ ଓ

ଖୋର୍ଦ୍ଧାରେ ଥିବା ପ୍ଲଟରେ ଚଢ଼ାଉ ଚାଲିଛି । ଭଦ୍ରକର ଆଗରପଡ଼ାରେ ଥିବା ଦୁଇଟି ପୈତୃକ ଘର, ଯାଜପୁର ଓ ଖୋର୍ଦ୍ଧାରେ ଘନିଷ୍ଠ ସହଯୋଗୀଙ୍କ ଘର ଓ ଭୁବନେଶ୍ବର ନୟାପଲ୍ଲୀରେ ପ୍ରଦୀପ କୁମାର ରଥଙ୍କ ପୁଅଙ୍କ ଔଷଧ

ଦୋକାନରେ ବି ଚଢ଼ାଉ କରୁଛି ଭିଜିଲାନ୍ସ।

Leave a Reply

Your email address will not be published. Required fields are marked *