ଚିଲିର ଖଣି ବହୁଳ ଆଣ୍ଟୋଫାଗସ୍ତା ଅଞ୍ଚଳରେ ଏକ ବଡ଼ଧରଣର ଭୂକମ୍ପ ଅନୁଭୂତ
1 min readସାନ୍ ଟିଆଗୋ: ଚିଲିର ଖଣି ବହୁଳ ଆଣ୍ଟୋଫାଗସ୍ତା ଅଞ୍ଚଳରେ ଏକ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୭.୩ ଆକଳନ କରାଯାଇଛି। ଆମେରିକାର ସୁନାମି ଚେତାବନୀ ବ୍ୟବସ୍ଥା ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି। ତଥାପି ଭୂକମ୍ପ ଦ୍ବାରା ସୁନାମି ଭୟ ନାହିଁ ବୋଲି ସ୍ପଷ୍ଟକରାଯାଇଛି। ଚିଲିର ଜାତୀୟ ବିପର୍ଯ୍ୟୟ ପ୍ରତିରୋଧ ଓ ପ୍ରତିକ୍ରିୟା ସେବା (ସେନାପ୍ରେଡ୍) ପକ୍ଷରୁ ଜାରି ସୂଚନାନୁସାରେ, ସାନ୍ ପେଡ୍ରୋ ଡି ଆଟକାମା ଠାରୁ ୨୦ କିମି ଦୂରରେ ଏବଂ ୧୨୬ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ଠାବ କରାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମଳିନାହିଁ। ଦେଶର ରାଷ୍ଟ୍ର୍ରପତି ଗାବ୍ରିଏଲ୍ ବୋରିକ୍ କହିଛନ୍ତି ଯେ ତୃଣମୂଳ ଓ ଆଞ୍ଚଳିକ ପ୍ରତିନିଧିଙ୍କୁ ସେମାନଙ୍କ ଅଞ୍ଚଳର କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।