କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ
1 min read
କର୍ଲାମୁଣ୍ଡା: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ କ୍ଲଷ୍ଟରସ୍ତରୀୟ ବୈଠକ ବୋରପଦର ପଞ୍ଚାୟତର ଅଗାଧୁପୁର ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ହୋଇଥିଲା। ବୈଠକରେ ସିଆରସିସି ପ୍ରସନ୍ନ କୁମାର ସାହୁ ଯୋଗ ଦେଇ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ, ଶ୍ରେଣୀ ପରିଚାଳନା ଓ ଛାତ୍ରୀଛାତ୍ରଙ୍କୁ ବହୁ ଶ୍ରେଣୀ ଶିକ୍ଷାଦାନ ବିଷୟରେ ତାଲିମ ପ୍ରଦାନ କରିଥିବା ବେଳେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ମଧୁସ୍ମିତା ନାୟକ ଓ ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋପମଣି ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କ୍ଲଷ୍ଟରର ୮ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଏଫ୍ଏଲ୍ଏନ୍ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ। (ସିଆର୍ଜି ) କ୍ଲଷ୍ଟର ସାଧନକର୍ମୀ ମନୋଜ କୁମାର ମିଶ୍ର ସହଯୋଗ କରି ତାଲିମ କାର୍ଯ୍ୟକୁ ଆଗେଇ ନେଇଥିଲେ। ସେହିପରି ବ୍ଲକର ବିଭିନ୍ନ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।


