September 21, 2026

ଆଜିଠୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଭବାନୀପାଟଣା: ଆଜିଠୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଭବନୀପାଟଣାରେ ଶୁଭାରମ୍ଭ ସହ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏଥିଲାଗି ୩ ବର୍ଷରେ ୭ ହଜାର ୫୫୦ କୋଟି ଟଙ୍କା ବିନିଯୋଗ ହେବ। ବିଶେଷ କରି ଭିନ୍ନକ୍ଷମ, ବିଧବା , ରୋଗାକ୍ରାନ୍ତ ବ୍ୟକ୍ତି ଏବଂ ସହିଦଙ୍କ ପରିବାର, ପଦ୍ମଶ୍ରୀ ପୁରସ୍କାର ପାଇଥିବା ବ୍ୟକ୍ତି, ବନ୍ୟା, ବାତ୍ୟା ଏବଂ ଅଗ୍ନିକାଣ୍ଡରେ ଘର ପୋଡି ଯାଇଥିବା ବ୍ୟକ୍ତି ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଅନଲାଇନ୍ ରେ ମଧ୍ୟ ଏଥିରେ ଆବେଦନ କରିହେବ। ଓ୍ବେବ୍ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓଙ୍କ ମାଧ୍ୟମରେ ମଧ୍ୟ ପଞ୍ଜୀକୃତ କରିହେବ। ଦାରିଦ୍ର ସୀମାରେଖା ତଳେ ଥିବା ପରିବାକୁ ପକ୍କା ଘର ଯୋଗାଇବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା ରାଜ୍ୟ ସରକାରଙ୍କ ଏକ ମହତ୍ଵାକାଂକ୍ଷୀ ଯୋଜନା। ୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଆସନ୍ତା ୩ ବର୍ଷ ଅତି କମ୍ ରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ମଞ୍ଜୁର କରାଯିବା ନେଇ ସୂଚନା ରହିଛି।