March 18, 2026

ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନରେ ବୁଧବାର ଚଢାଉ କରିଛି ସିବିଆଇ

1 min read

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନରେ ବୁଧବାର ଚଢାଉ କରିଛି ସିବିଆଇ। କୁହାଯାଇଛି ଯେ ସିବିଆଇ ଟିମ୍ ତଦନ୍ତ ପାଇଁ ରାୟପୁର ଏବଂ ଭିଲାଇରେ ପହଞ୍ଚିଛି। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଟିମ୍‌ ଭୂପେଶ ବଘେଲଙ୍କ ବାସଭବନରେ ଚଢାଉ କରିଥିଲା। ୬, ୦୦୦ କୋଟି ଟଙ୍କାର ମହାଦେବ ବେଟିଂ ଆପ୍ ଦୁର୍ନୀତି ମାମଲାରେ ଏହି ଚଢାଉ କରାଯାଉଥିବା ଜଣାପଡ଼ିଛି।