ମିଆଁମାରରେ ଶୁକ୍ରବାର ଦୁଇ ଦୁଇ ଶକ୍ତିଶାଳୀ ଭୂକମ୍ପ ଝଟ୍କା
1 min read
ନୂଆଦିଲ୍ଲୀ: ମିଆଁମାରରେ ଶୁକ୍ରବାର ଦୁଇ ଦୁଇ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହି ଝଟ୍କା ଏତେ ଶକ୍ତିଶାଳୀ ଥିଲା ଯେ, ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍ଗ୍କକ୍ ମଧ୍ୟ ଥରି ଉଠିଛି। ପ୍ରଥମ ଝଟ୍କା ଦିନ ୧୧ଟା ୫୦ରେ ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହା ତୀବ୍ରତା ୭.୨ ରେକର୍ଡ଼ କରାଯାଇଛି। ଏହାପରେ ଦ୍ଵିତୀୟ ଥର ପାଇଁ ଦିନ ୧୨ଟାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୭.୦ ରେକର୍ଡ଼ ହୋଇଛି।