May 13, 2025

ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ

1 min read

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିବା ସହ ମିଆଁମାର ସୀମା ସ୍ଥିରତା ଉପରେ ଆଲୋଚନା କରିଛନ୍ତି। ଜୁଲି ବିଶପ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ଗତବର୍ଷ ଏପ୍ରିଲରେ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ମିଆଁମାରରେ ତାଙ୍କର ସ୍ୱତନ୍ତ୍ର ଦୂତ ଭାବରେ ଜୁଲି ବିଶପଙ୍କୁ ନିଯୁକ୍ତ କରିଥିଲେ।

କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତ ଜୁଲି ବିଶପଙ୍କ ସହ ମିଆଁମାରରେ ଦ୍ରୁତ ଗତିରେ ବିକଶିତ ହେଉଥିବା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଦିଲ୍ଲୀରେ ମିଆଁମାର ଜାତିସଂଘର ସ୍ୱତନ୍ତ୍ର ଦୂତ ଜୁଲି ବିଶପଙ୍କୁ ଭେଟି ଖୁସି ହେଲି ବୋଲି ଜୟଶଙ୍କର ଟ୍ବିଯର ହ୍ୟାଣ୍ଡଲ୍ ‘ଏକ୍ସ’ ରେ ଲେଖିଛନ୍ତି। ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତ ଜୁଲି ବିଶପଙ୍କ ସହିତ “ଆମର ସୀମା ସ୍ଥିରତା, ଶରଣାର୍ଥୀ ପରିସ୍ଥିତି, ମିଆଁମାରରୁ ଆନ୍ତଃଦେଶୀୟ ଅପରାଧ ଏବଂ ଆର୍ଥିକ ସହାୟତା ପ୍ରଦାନ ବିଷୟରେ ଆଲୋଚନା ସହ ରାଜନୈତିକ ପରିସ୍ଥିତି ଉପରେ ମତ ବିନିମୟ ହୋଇଛି ବୋଲି ସେ କହିଛନ୍ତି।