February 11, 2025

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କ୍ୟାବିନେଟ ମନ୍ତ୍ରୀଙ୍କ ପୁଅ ଓ ବୋହୂ

1 min read

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଗତମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲ। ଏହି ଦୁର୍ଘଟଣାରେ ମର୍ସିଡିଜ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। ଯାଞ୍ଚରୁ ଜଣାପଡ଼ିଛି ଦୁର୍ଘଟଣାଗ୍ରସ୍ତ ମର୍ସିଡିଜ କାର ଭିତରେ ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଗୋପାଳ ନନ୍ଦୀଙ୍କ ପୁଅ ଓ ବୋହୂ ଥିଲେ । ଦୁହେଁ ଏହି ଦୁର୍ଘଟଣାରେ ଆହତ ହୋଇଥିବା ସହିତ ଭୟଭୀତ ହୋଇଯାଇଛନ୍ତି।
ସୂଚନାଯୋଗ୍ୟ, କ୍ୟାବିନେଟ ମନ୍ତ୍ରୀ ଗୋପାଳ ନନ୍ଦୀଙ୍କ ପୁଅ ଅଭି‌ଷେକ ଓ ବୋହୂ କୃଷ୍ଣିକା ଦୁହେଁ ମର୍ସିଡିଜ କାର୍‌ରେ ଜୁଲଇ ୩୦ ତାରିଖ ମଙ୍ଗଳବାର ଦିନ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲେ। ଗାଡ଼ିଟି ଆଗ୍ରା ଏକ୍ସପ୍ରେସ ୱେରେ ଦ୍ରୁତ ଯାଉଥିବା ବେଳେ ହଠାତ୍‌ ଅଭି‌ଷେକ ଭାରସାମ୍ୟ ହରାଇ ଦେଇଥିଲେ। ଫଳରେ ମର୍ସିଡିଜ କାର୍‌ ଡିଭାଇଡରରେ ଯାଇ ପିଟି ହୋଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଗାଡ଼ିରୁ ଉଭୟ ଅଭି‌ଷେକ ଓ କୃଷ୍ଣିକାଙ୍କୁ ବାହାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ପୁଅ ଓ ବୋହୂ ଶିକାର ହୋଇଥିବା ଭୟାବହ ଦୁର୍ଘଟଣାକୁ ନେଇ କ୍ୟାବିନେଟ ମନ୍ତ୍ରୀ ଗୋପାଳ ନନ୍ଦୀ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ପୁଅ ଅଭିଷେକ ଓ ବୋହୂ କୃଷ୍ଣିକା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି। ତାଙ୍କର ଚିକିତ୍ସା ଚାଲିଛି। ଫଟୋରେ ଦୁର୍ଘଟଣାର ଦୃଶ୍ୟ ଦେଖି ଲାଗୁଛି ପୁଅ ଓ ବୋହୂ ଦୁହିଁଙ୍କ ଜୀବନ ଭଗବାନ ଶିବ ହିଁ ରକ୍ଷ‌ା କରିଦେଇଛନ୍ତି। କାରଣ ଯେଉଁଭଳି ଦୁର୍ଘଟଣା ଘଟିଥିଲା ଦୁହିଁଙ୍କ ବଞ୍ଚିବା ସମ୍ଭବ ନଥିଲା। ’

Leave a Reply

Your email address will not be published. Required fields are marked *