ଜାନୁଆରି ୩୧ରୁ ସଂସଦର ବଜେଟ ଅଧିବେଶନ
1 min read
ନୂଆଦିଲ୍ଲୀ: ଜାନୁଆରି ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ ସମ୍ବୋଧନ କରିବେ। ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ।
ଅଷ୍ଟାଦଶ ଲୋକସଭାର ଏହା ପୂର୍ଣ୍ଣାଙ୍ଗ ବଜେଟ୍ ହେବାକୁ ଯାଉଛି। ଏଥରର ବଜେଟ୍ ଅଧିବେଶନ ଜାନୁଆରି ୩୧ ରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ।
ତେବେ ଫେବ୍ରୁଆରି ୧୩ ତାରିଖ ଯାଏଁ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଏହାପରେ ମାର୍ଚ୍ଚ ୧୦ ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହାପୂର୍ବରୁ ୨୦୨୪ ଜୁଲାଇ ୨୩ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ କେନ୍ଦ୍ର ସରକାର।