January 22, 2026

ପରିତ୍ୟକ୍ତ ଘରେ ନାବାଳିକାର ମୃତଦେହ

1 min read

ବାଲେଶ୍ଵର: ବାଲେଶ୍ଵର ରେମୁଣା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଏକ ପରିତ୍ୟକ୍ତ ଘରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ଦୁର୍ବନ୍ଧ ହେବାରୁ ସ୍ଥାନୀୟ ଲୋକ ପୁଲିସ୍ କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତ ନାବାଳିକା ଜଣକ ୩ ଦିନ ହେବ ନିଖୋଜ ଥିଲେ। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।ସେପଟେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ରବି ସିଂକୁ ପୁଲିସ୍ ଅଟକ ରଖି ଅଧିକ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *