May 19, 2025

ଦୃଷ୍ଟିବାଧିତ ମାଆ କୋଳକୁ ଫେରିଲା ଭୁବନେଶ୍ୱରରୁ ଅପହୃତ କୁନି ଶିଶୁ

1 min read

ଭୁବନେଶ୍ୱର : ଦୃଷ୍ଟିବାଧିତ ମାଆ କୋଳକୁ ଫେରିଲା ଭୁବନେଶ୍ୱରରୁ ଅପହୃତ କୁନି ଶିଶୁ । ଦୀର୍ଘ ୫୦ ଘଣ୍ଟା ପରେ ମାଆ କୋଳକୁ ଫେରିଲା । କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ମାଆକୁ ଛୁଆ ହସ୍ତାନ୍ତର କରାଯାଇଛି । ଛୁଆକୁ ପାଇବା ପରେ ମାଆ ଭାବବିହ୍ୱଳ ହେବା ସହ ପ୍ରଭୁ ଶ୍ରୀରାମଙ୍କ କୃପାରୁ ଛୁଆ ଫେରି ପାଇଲି ବୋଲି କହିଛନ୍ତି । ପୁଲିସ, ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଏହି ଘଟଣାରେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ କେଦାରସନ ପଣ୍ଡା ପୁରୀରୁ ଗିରଫ ହୋଇଛି । କେଦାର ନାଁରେ ପୂର୍ବରୁ ୩ଟି ଚୋରି ମାମଲା ରହିଛି । ଆଉ ଜଣେ ମହିଳା ସମ୍ପୃକ୍ତ ମାମଲାରେ ଅଟକ ରହିଛନ୍ତି । ୨ ଜଣ ବାଇକ୍‌ ଆରୋହୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇ ନାହିଁ । ମହିଳା ଜଣକ କାହିଁକି ପିଲାକୁ ନେଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ଆଡପ୍ଟ ପାଇଁ ନା ବିକ୍ରି ପାଇଁ ପିଲା ନେଇଥିଲେ, ତାହାର ତଦନ୍ତ ଜାରି ରହିଛି । ଯେଉଁ ମହିଳାଙ୍କ ଠାରୁ ପିଲା ମିଳିଛି, ତାଙ୍କର ଏକ ରୁଗ୍‌ଣ ପିଲା ରହିଛି । ସ୍ପର୍ଶକାତର ବିଷୟ ଥିଲା, ୪ଟି ଟିମ୍‌ ତଦନ୍ତ କରିଥିଲୁ।