June 1, 2025

ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି

1 min read

ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ପାକିସ୍ତାନ ପଟୁ ଡ୍ରୋନ ମାଡ଼ ସହ ଘନ ଘନ ଗୁଳିବର୍ଷଣ କରାଯାଉଛି। ଫଳରେ କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ଅନେକ ସହର ବ୍ଲାକ ଆଉଟ୍‌‌ ହୋଇଛି। ଏହାସହିତ ଜମ୍ମୁ, ଶ୍ରୀନଗର, ପଠାନକୋଟ, ଫିରୋଜପୁର, ଜୈସଲମେର, ବାରମେର, ଉଦ୍ଧମପୁର, ଗୁରୁଦାସପୁର ଓ ପୋଖରାନ ସମ୍ପୂର୍ଣ୍ଣ ବ୍ଲାକ ଆଉଟ୍‌‌ ହୋଇଯାଇଛି। ପାକିସ୍ତାନୀ ସେନାର ସମସ୍ତ ଡ୍ରୋନକୁ ମାରି ଖସାଉବା ସହିତ ଗୁଳିବର୍ଷଣର କଡ଼ା ଜବାବ ଦେଉଛି ଭାରତୀୟ ସୀମା ସୁରକ୍ଷା ବାହିନୀ(ବିଏସଏଫ)। ବିଏସଏଫ ଯବାନମାନେ ସବୁ ଡ୍ରୋନକୁ ମାରି ଖସାଇବା ସହ ପାକିସ୍ତାନୀ ସେନାକୁ ମୁହଁତୋଡ଼ ଜବାବ ଦେଇଛନ୍ତି।

ଶ୍ରୀନଗର ଲାଲ ଚୌକ ଉପରେ ପାକିସ୍ତାନୀ ଡ୍ରୋନ ଦେଖାଦେଇଛି। ସେହିପରି ଗୁଜରାଟ କଚ୍ଛ ଆକାଶରେ ଏକାଧିକ ପାକିସ୍ତାନୀ ଡ୍ରୋନ ଦେଖାଯାଇଛି। ଫଳରେ କଚ୍ଛ ସହରକୁ ସମ୍ପୂର୍ଣ୍ଣ ବ୍ଲାକ ଆଉଟ୍‌‌ କରାଯାଇଛି ବୋଲି ଗୃହମନ୍ତ୍ରୀ ହର୍ଷ ସାଂଘଭି ସୂଚନା ଦେଇଛନ୍ତି। ଶ୍ରୀନଗରରେ ପାକିସ୍ତାନୀ ସେନାର ବଡ଼ ଧରଣର ଆକ୍ରମଣ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଦେଇଛି। ପାକିସ୍ତାନୀ ସେନାର ସମସ୍ତ ଡ୍ରୋନକୁ ମାରି ଖସାଉଛି ଭାରତୀୟ ସେନା। ପାକିସ୍ତାନ ସରକାରଙ୍କ ନିଷ୍ପତ୍ତିକୁ ପାକ ସେନା ମାନୁନାହିଁ। ସରିଫ ସରକାରଙ୍କ ନିଷ୍ପତ୍ତିକୁ ପାକ ସେନା ମାନୁନଥିବା ସୂଚନା ମିଳିଛି। ପାକିସ୍ତାନ ପଟୁ ଡ୍ରୋନ ମାଡ଼ ସହ ଗୁଳିବର୍ଷଣ ଜାରି ରହିଛି। ଭାରତୀୟ ସୀମା ସୁରକ୍ଷା ବାହିନୀ(ବିଏସଏଫ) ପକ୍ଷରୁ ଏହାର ମୁହଁତୋଡ଼ ଜବାବ ଦିଆଯାଉଛି।