March 13, 2026

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

1 min read

ଭୁବନେଶ୍ୱର: ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏପ୍ରିଲ ୧୨ ତାରିଖରେ ସେ ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ବୈଠକ କରିବେ। ଏଠାରେ ଦଳ ଓ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ନେଇ ଆଲୋଚନା ହେବ। ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଜେ ପି ନଡ୍ଡା ଏପ୍ରିଲ ୧୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ବୈଠକରେ ଯୋଗଦେବେ। ଏଥିରେ ବିଜେପି ସାଂସଦ, ବିଧାୟକ ଓ ଦଳର ବରିଷ୍ଠ ନେତାମାନେ ଯୋଗ ଦେବେ।

ଏହି ବୈଠକରେ ଓଡ଼ିଶାରେ ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତିଙ୍କ ଚୟନ ବିଷୟରେ କର୍ମକର୍ତ୍ତାଙ୍କ ସହ ଅଲୋଚନ କରାଯିବାର ସମ୍ଭବନା ରହିଛି।