July 27, 2024

ଗୁରୁବାର ସନ୍ଧ୍ୟାରେ ଆସିବ ବିଜେଡି ନିର୍ବାଚନୀ ଇସ୍ତାହାର

1 min read

ଭୁବନେଶ୍ୱର : ଗୁରୁବାର ସନ୍ଧ୍ୟାରେ ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର | ଆଜି ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ। ବ୍ରହ୍ମପୁର କନିଷି ସଭା ମଞ୍ଚରେ ଏନେଇ ସୂଚନା ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଶ୍ରୀ ଭି.କେ.ପାଣ୍ଡିଆନ | ସେ କହିଛନ୍ତି ବିଜେଡିର ଇସ୍ତାହାରରେ ଓଡିଶା ବାସୀ ଖୁସି ହେବେ | ଆପଣ ଇସ୍ତାହାରକୁ ଘରେ ଘରେ ପହଞ୍ଚିବେ | ମୁଖ୍ୟମନ୍ତ୍ରୀ କଥା କମ୍, କାମ ବେଶୀ କରନ୍ତି । ଇସ୍ତାହାରରେ ଯାହା କୁହନ୍ତି, କାମ ତାଠୁ ଅଧିକ କରନ୍ତି । ସେଥିପାଇଁ ଓଡିଶାବାସୀ ତାଙ୍କୁ ଅଧିକ ଭଲପାଆନ୍ତି । ପ୍ରତି ନିର୍ବାଚନରେ ତାଙ୍କୁ ଅଧିକ ମାର୍ଜିନରେ ଜିତେଇଥାନ୍ତି ବୋଲି ଗୋପାଳପୁରରୁ କହିଛନ୍ତି ପାଣ୍ଡିଆନ୍ ।

ସେହିପରି ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ବିରୋଧୀ ଦଳ ଏପରି ଇସ୍ତାହାର ଦେଇଛନ୍ତି ଯେ ୨୬ ବର୍ଷ ହେଲା ବିରୋଧୀ ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତି । ହେଲେ ୨୬ ବର୍ଷ ହେଲା ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜିପାରୁନାହାଁନ୍ତି । କାହିଁକି ନା, ତାଙ୍କର ଡର ଅଛି, ଯଦି ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତି, ତାଙ୍କ ସିଟ୍ ୧୦ରୁ ତଳକୁ ଆସିଯିବ । ତେଣୁ ସେ ଜାଣିକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁନାହାଁନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି ।

ସୂଚନାନୁସାରେ,ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗଂଜାମ ଓ କନ୍ଧମାଳ ଜିଲ୍ଲାରେ ମାରାଥନ ପ୍ରଚାର ରହିଛି | କନିଷିରେ ମୁଖ୍ୟମନ୍ତ୍ରୀ ବିଶାଳ ଜଣ ସଭାକୁ ଉଦ୍ବୋଧନ ଦେଇଛନ୍ତି | ଏତେ ଟାଣ ଖରାରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଆସିଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଏହାସହିତ ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିଧାୟକ ଏବଂ ସାଂସଦଙ୍କୁ ଜିତିବାକୁ ଜନତାଙ୍କୁ ଅପିଲ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲି ନଥିଲେ। ଚୋର ପ୍ରାର୍ଥୀଙ୍କୁ ଭୋଟ ନ ଦେବାକୁ ଲୋକମାନଙ୍କୁ ଅପିଲ କରିଥିଲେ

Leave a Reply

Your email address will not be published. Required fields are marked *