May 19, 2025

ବିଜୁ ଏକ୍ସପ୍ରେସ ୱେରେ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

1 min read

ନୂଆପଡ଼ା: ନୂଆପଡ଼ା ଜିଲା କୋମନା ଥାନା ଆଗ୍ରେନ ପଞ୍ଚାୟତ ସନବାହାଲି ଗାଁ ନିକଟ ବିଜୁ ଏକ୍ସପ୍ରେସ ୱେରେ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋମନା ଥାନା ଭେଲା ଗାଁର ସୁରୁ କୁମ୍ଭାର (୨୫)। ସୂଚନା ଅନୁଯାୟୀ ସୁରୁ ବାଇକ୍‌ ଯୋଗେ ଭେଲା ଗାଁକୁ ଫେରୁଥିଲେ। ସେହି ସମୟରେ ପଛପଟୁ ଆସୁଥିବା ଟ୍ରକ୍‌ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ବୋଲି ତଦନ୍ତକାରୀ ପୋଲିସ ସୂଚନା ଦେଇଛନ୍ତି।