February 13, 2025

ମୁଖ୍ୟମନ୍ତ୍ରୀଙ୍କ କ୍ୱାର୍ଟର୍ସ ନିକଟରେ କମ୍ପି ଉଠିଥିଲା ଅଞ୍ଚଳ

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ବିକଟାଳ ଶବ୍ଦ କରି ସହରରେ ଆତଙ୍କ ଖେଳାଉଥିବା ଅସାମାଜିକ ବାଇକ୍ ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି କମିଶରେଟ୍ ପୋଲିସ। ସକାଳୁ ସନ୍ଧ୍ୟା ମଧ୍ୟରେ ପୋଲିସ ୨ ଶହ ବାଇକ୍ ଜବତ କରି ସେଥିରୁ ସାଇଲେନ୍ସର ବାହାର କରିବା ସହ ଜରିମାନା ଆଦାୟ କରିଛି।

ବୁଲେଟ୍‌ରୁ ସର୍ବାଧିକ ସାଇଲେନ୍ସର ଜବତ ହୋଇଛି। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ତାଙ୍କ କ୍ୱାର୍ଟର୍ସରେ ଥିବା ସମୟରେ ଲୋୟର ପିଏମ୍‌ଜି ରାସ୍ତା ଦେଇ କିଛି ରୋଡ୍ ରୋମିଓ ମାଷ୍ଟରକ୍ୟାଣ୍ଟିନ୍ ଆଡ଼କୁ ଯାଉଥିଲେ। ସେମାନଙ୍କ ବାଇକ୍ ସାଇଲେନ୍ସର ଶବ୍ଦରେ ପୂରା ଅଞ୍ଚଳ କମ୍ପି ଉଠିଥିଲା।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହ ପୋଲିସ କମିଶନରଙ୍କୁ ଡାକି ତାଗିଦ କରିଥିଲେ। ଆଉ ଏହା ଉପରେ ନଜର ଦେବାକୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ପୋଲିସ କମିଶନର ଭୁବନେଶ୍ୱର ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିକଟାଳ ଶବ୍ଦ କରୁଥିବା ବାଇକ ଜବତ କରିବା ପାଇଁ।

ପୂର୍ବାହ୍ଣ ୧୧ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଏହି ଚଢ଼ଉ। ବିଭିନ୍ନ ଅଞ୍ଚଳରେ ବ୍ଲକିଂ କରି ଯାଞ୍ଚ କରାଯାଇ ୨ଶହ ବାଇକ୍ ଜବତ କରିଥିଲା ପୋଲିସ।