July 19, 2026

ଜଳସ୍ତର ହ୍ରାସ ପରେ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ର ବନ୍ଦ

1 min read

ମାଲକାନଗିରି: ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ଆଶଙ୍କାଜନକ ଭାବେ ହ୍ରାସ ପାଇଥିବାରୁ ଖରିଫ ଚାଷ ପାଇଁ ଜଳ ସଂରକ୍ଷଣକୁ ଦୃଷ୍ଟିରେ ରଖି ଓଡ଼ିଶା ଜଳସମ୍ପଦ ବିଭାଗ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି)କୁ ଜଳ ଯୋଗାଣ ବନ୍ଦ କରିଛି। ଏହାଫଳରେ ଶନିବାର ରାତିଠାରୁ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିବ।

ପୋଟେରୁ ସେଚ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ବାଲିମେଳା ଜଳାଶୟର ଜଳସ୍ତର ବର୍ତ୍ତମାନ ୧,୪୫୫.୬୦ ଫୁଟ୍‌ରେ ପହଞ୍ଚିଛି, ଯେଉଁଥିରେ ପୂର୍ଣ୍ଣ ଜଳାଶୟ ସ୍ତର ୧,୫୧୬ ଫୁଟ୍ ରହିଛି। ଲାଇଭ୍ ଷ୍ଟୋରେଜ୍ ୧୩.୧୩ ପ୍ରତିଶତକୁ ଖସିଥିବାବେଳେ ଗତବର୍ଷ ଏହି ସମୟରେ ଏହା ୧୯.୯୪ ପ୍ରତିଶତ ଥିଲା।