March 27, 2025

ପେଟି ଭିତରୁ ଶିଶୁକନ୍ୟା

1 min read

ବାଲେଶ୍ୱର: ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କସିମିଳା ପୋଲ ନିକଟରୁ ସୋମବାର ଜଣେ ନବଜାତ ଶିଶୁକନ୍ୟାର ମୃତଦେହକୁ ପୋଲିସ ଜବତ କରିଛି।ଏହି ପୋଲ ନିକଟରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ଏକ କାଗଜ ପେଟିରେ ଥିବା ଶିଶୁକନ୍ୟାର ମୃତଦେହ ଜବତ କରିଛି। ତେବେ କିଏ କାହିଁକି ଏହି ଶିଶୁକନ୍ୟାର ମୃତଦେହ ଏଠାରେ ଛାଡ଼ି ଚାଲିଗଲା ସେନେଇ ପୋଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ ୩/୨୪ ରୁଜୁ କରି ତଦନ୍ତ ଚଳାଇଛି। ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି।