ଆଡ଼ପ ପହଣ୍ଡିବେଳେ ବଡ଼ଠାକୁରଙ୍କ ରଥରେ ବିଭ୍ରାଟକୁ ନେଇ ମୁହଁ ଖୋଲିଲେ ହଳଧର ଦାସ ମହାପାତ୍ର
1 min readଭୁବନେଶ୍ୱର : ଆଡ଼ପ ପହଣ୍ଡିବେଳେ ବଡ଼ଠାକୁରଙ୍କ ରଥରେ ବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ । ବଳଭଦ୍ରଙ୍କର ମୁଖ୍ୟବାଡ଼ଗ୍ରାହୀ ଶ୍ରୀ ହଳଧର ଦାସ ମହାପାତ୍ର କହିଛନ୍ତି ତାଙ୍କଜୀବନକାଳ ମଧ୍ୟରେ ଏଭଳି ଘଟଣା ଘଟି ନଥିଲା । ଗୁଣ୍ଡିଚା ବିଜେ ପହଣ୍ଡିବେଳେ ଚାରମାଳ ଉପରେ ବଡ଼ଠାକୁର ମୁହଁମାଡି ପଡିଯିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନୋଭାବ ଓ ଅଣସେବାୟତଙ୍କ ପ୍ରବେଶ । ବର୍ଷ ବର୍ଷର ପରମ୍ପରାକୁ ଭାଙ୍ଗି ହୋଇଛି ଠାକୁରଙ୍କ ନୀତିକାନ୍ତି । ଗୁଣ୍ଡିଚା ଦିନ ମହାପ୍ରଭୁଙ୍କୁ ପାଲଟା ବସ୍ତ୍ର ପିନ୍ଧାଇ ଭୋକଉପାସରେ ପହଣ୍ଡି କରିଥିଲେ ବୋଲି ସେ କହିଛନ୍ତି । ପ୍ରତିପଦ ବଦଳରେ ଦ୍ଵିତୀୟାରେ ହୋଇଛି ଠାକୁରଙ୍କ ନେତ୍ରଉତ୍ସବ ଓ ନବଯୌବନ ନୀତି ।
ବାଡଗ୍ରାହୀଙ୍କ କହିବା ଅନୁଯାୟୀ, ଗୋଟିଏ ଦିନରେ ଗୁଣ୍ଡିଚା ଓ ନେତ୍ରୋତ୍ସବ ନୀତି କରାଯାଇପାରିବ ନାହିଁ । ଏଥିପାଇଁ ସେବକମାନେ ନୀତି କାନ୍ତିରେ ଅବହେଳା କରିଛନ୍ତି । ଯାହାଦ୍ବାରା ଠାକୁରଙ୍କ ନବଯୌବନ ନୀତିକାନ୍ତିରେ ମହାବିଭ୍ରାଟ ହୋଇଛି । ଏହା ସହିତ ଠାକୁର ଅଣସର ଘରେ ଥିବାବେଳେ ସେନାପଟା ଲାଗି ହେବା ସହିତ, ଆଜ୍ଞାମାଳ କେମିତି ରଥକୁ ଗଲା ବୋଲି ତାହା ପ୍ରଶ୍ନ କରିଛନ୍ତି ବାଡଗ୍ରାହୀ ।
ଅନ୍ୟପଟେ ଅଣସେବାୟତ ଓ ରଥ ଉପରେ ମୋବାଇଲ ଫୋନକୁ ମଧ୍ୟ ମୁଖ୍ୟ କାରଣ ବୋଲି କହିଛନ୍ତି ବାଡଗ୍ରାହୀ । ଏନେଇ ବାଡଗ୍ରାହୀ କହିଛନ୍ତି, କିଛି ସେବାୟତ ଯାହାଙ୍କର ପହଣ୍ଡିରେ କୌଣସି
କାମ ନ ଥିଲା ସେମାନେ ପହଣ୍ଡିରେ ପଶି ଗହଳି ସୃଷ୍ଟି କରିଥିବାରୁ ଏଭଳି
ଅଘଟଣ ଘଟିଲା । ମୋବାଇଲ ମାନିଆ ଓ ସେବାୟତଙ୍କ ଖାମଖିଆଲି କାମ ଏସବୁ କିଛି ପାଇଁ ଦାୟୀ ବୋଲି ସେ କହିଛନ୍ତି