July 27, 2024

ତରଳୁଛି ଆଣ୍ଟାର୍କଟିକା ର ଗ୍ଲେସିଅର୍‌

1 min read

CREATOR: gd-jpeg v1.0 (using IJG JPEG v62), quality = 70

ଆଣ୍ଟାର୍କଟିକା ୧l୦୫: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ପୁରା ବିଶ୍ୱର ଚିନ୍ତାର କାରଣ ସାଜିଛି । ଏହି ଜଳବାୟୁ ପରିବର୍ତ୍ତନ କାରଣରୁ ଧୀରେଧୀରେ ଗ୍ଲେସିଅର୍‌ ତରଳିବାରେ ଲାଗିଛି । ଯାହା ପରିବେଶବିତ୍‌୍‌ ମାନଙ୍କର ଚିନ୍ତା ବଢାଇଛି । ନିକଟରେ ଏକ ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ବଡ ଗ୍ଲେସିଅର ଆଣ୍ଟାର୍କଟିକାର ଡୁମ୍‌ସଡେ ଗ୍ଲେସିଅର୍‌ରୁ ବର୍ତ୍ତମାନ ସୁଦ୍ଧା ୫୦ ବିଲିଅନ ଟନ୍‌ର ବରଫ ତରଳିସାରିଛି । ଏହି ଗ୍ଲେସିଅର୍‌ରେ ପ୍ରତିବର୍ଷ ସ୍ନୋଫଲ୍‌ରେ ଯେତିକି ବରଫ ଏକାଠି ହେଉଛି ତାଠାରୁ ବହୁତ ଅଧିକ ବରଫ ତରଳିବାରେ ଲାଗିଛି । ତେବେ ବୈଜ୍ଞାନିକଙ୍କ ମତରେ ଏହି ବରଫ ତରଳିବା ବର୍ତ୍ତମାନ ଆରମ୍ଭ ହୋଇ ନାହିଁ, ଏହା ପାଖାପାଖି ୮୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି । ଗବେଷକଙ୍କ ତଥ୍ୟ ଅନୁସାରେ ୧୯୪୦ରେ ଏହି ବରଫ ତରଳିବା ଆରମ୍ଭ ହୋଇଥିବା ସୂଚନା ରହିଛି । ଏହି ଗ୍ଲେସିଅର ତରଳିବା ପଛରେ ବୈଜ୍ଞାନିକମାନେ ଇଆଇ ନିନୋ କ୍ଲାଇମେଟ୍‌ ପାର୍ଟନ୍‌କୁ ଦାୟୀ କରିଛନ୍ତି । ଯେଉଁ କ୍ଲାଇମେଟ୍‌ ପଶ୍ଚିମ ଆଣ୍ଟାର୍କଟିକାକୁ ଅତ୍ୟଧିକ ଗରମ କରିବାରେ ଲାଗିଛି, ଯାହାଫଳରେ ଏତେ ପରିମାଣରେ ଗ୍ଲେସିଅର୍‌ ତରଳୁଛି । ତେବେ ଇଆଇ ନିନୋ କ୍ଲାଇମେଟ୍‌ ପାର୍ଟନ୍‌ ଅଳ୍ପ ବର୍ଷ ପାଇଁ ରହିଥାଏ, ହେଲେ ଗ୍ଲେସିଅର ତରଳିବା ଥରେ ଆରମ୍ଭ ହେଲେ ଏହି ପ୍ରକ୍ରିୟା ଜାରି ରହିଥାଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *