July 27, 2024

୨୦୨୪ ସାଧାରଣ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ୱିତୀୟ ପର୍ଯ୍ୟାୟରେ ୬୬.୭୧% ମତଦାନ

1 min read

ଭୁବନେଶ୍ୱେର: ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ୧୦୨ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୬୬.୭୧% ମତଦାନ ହୋଇଛି।

ପ୍ରଥମ ପର୍ଯ୍ୟାୟ ପାଇଁ ରାଜ୍ୟ ଓ ସଂସଦୀୟ କ୍ଷେତ୍ର ଭିତ୍ତିରେ ମତଦାନ ହାର ତଥ୍ୟ ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯଥାକ୍ରମେ ମତଦାନ କେନ୍ଦ୍ରଗୁଡ଼ିକରେ ରାଜ୍ୟଭିତ୍ତିକ ଲିଙ୍ଗଭିତ୍ତିକ ଓ ସଂସଦୀୟ କ୍ଷେତ୍ର ଭିତ୍ତିରେ ମତଦାନ ଦିଆଯାଇଛି । ବ୍ଲାଙ୍କ ସେଲ୍ ସେହି ବର୍ଗରେ କୌଣସି ପଞ୍ଜୀକୃତ ଭୋଟରଙ୍କୁ ସୂଚିତ କରେ ନାହିଁ। ଫର୍ମ ୧୭ସି ଜରିଆରେ ରିଟର୍ଣ୍ଣିଂ ଅଫିସରମାନେ ଆଇଟି ସିଷ୍ଟମରେ ଅପଡେଟ୍ କରୁଥିବା ଭୋଟର ଟର୍ଣ୍ଣଆଉଟ୍‌ ଆପ୍‌ରେ ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତ୍ତିକ ତଥ୍ୟ ମଧ୍ୟ ନିୟମିତ ଭାବେ ଅପଡେଟ୍ କରାଯାଇଥାଏ।

ଗୋଟିଏ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ଫର୍ମ ୧୭-ସି’ର ନକଲ ମଧ୍ୟ ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ପୋଲିଂ ଏଜେଣ୍ଟ ଭାବେ ପ୍ରଦାନ କରାଯାଏ । ଫର୍ମ ୧୭ ସି’ର ବାସ୍ତବ ତଥ୍ୟ ବଳବତ୍ତର ରହିବ ଯାହା ପୂର୍ବରୁ ପ୍ରାର୍ଥୀମାନଙ୍କୁ ଶେୟାର କରାଯାଇଛି। ପୋଷ୍ଟାଲ ବାଲଟ୍ ଗଣତି ଏବଂ ମୋଟ ଭୋଟ୍ ଗଣତିରେ ଏହାକୁ ଯୋଡ଼ିବା ସହିତ ଚୂଡ଼ାନ୍ତ ମତଦାନ କେବଳ ଗଣତି ପରେ ଉପଲବ୍ଧ ହେବ।

ପୋଷ୍ଟାଲ ବାଲଟ୍ ରେ ସର୍ଭିସ ଭୋଟର, ଅନୁପସ୍ଥିତ ଭୋଟର (୮୫+, ଦିବ୍ୟାଙ୍ଗ, ଅତ୍ୟାବଶ୍ୟକ ସେବା ଇତ୍ୟାଦି) ଏବଂ ନିର୍ବାଚନ ଡ୍ୟୁଟିରେ ଥିବା ଭୋଟରଙ୍କୁ ଦିଆଯାଇଥିବା ପୋଷ୍ଟାଲ ବାଲଟ୍ ଅନ୍ତର୍ଭୁକ୍ତ । ବୈଧାନିକ ବ୍ୟବସ୍ଥା ଅନୁଯାୟୀ ଦୈନିକ ପ୍ରାପ୍ତ ପୋଷ୍ଟାଲ ବାଲଟର ହିସାବ ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଏ।
ଏହାବ୍ୟତୀତ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ପାଇଁ ରାଜ୍ୟ ଓ ସଂସଦୀୟ କ୍ଷେତ୍ର ଭିତ୍ତିରେ ସାଧାରଣ ନିର୍ବାଚନ ୨୦୧୯ର ସାମଗ୍ରିକ ମତଦାନ ତଥ୍ୟ ସଂଗ୍ରହ କରାଯାଇଛି|

Leave a Reply

Your email address will not be published. Required fields are marked *