ଏଆଇ ଏଜେଣ୍ଟମାନଙ୍କ ଦ୍ୱାରା ପ୍ରଭାବିତ ୧୦୦ ରୁ ଅଧିକ ସଂଗଠନକୁ ସତର୍କ ସୂଚନା ଜାରି
1 min read
ୱାସିଂଟନ: ଚାଟ୍ଜିପିଟି ନିର୍ମାଣ କରିଥିବା କମ୍ପାନି ଓପନଏଆଇର ଏଆଇ ଏଜେଣ୍ଟ ୧୦୦ରୁ ଅଧିକ ସିଷ୍ଟମ୍ ହ୍ୟାକ୍ କରିବାକୁ ଚେଷ୍ଟା କରିଥିବା କମ୍ପାନି ପକ୍ଷରୁ କୁହାଯାଇଛି। କମ୍ପାନୀ ଏହାର ଏଆଇ ଏଜେଣ୍ଟମାନଙ୍କ ଦ୍ୱାରା ପ୍ରଭାବିତ ୧୦୦ ରୁ ଅଧିକ ସଂଗଠନକୁ ସତର୍କ ସୂଚନା ଜାରି କରିଥିବା ବ୍ଲଗରେ ପୋଷ୍ଟ କରି କହିଛି। ଏଆଇ ଲ୍ୟାବ୍ କହିଛି ଯେ, ଜୁଲାଇରେ ଘଟିଥିବା ହଗିଂ ଫେସ୍ ଘଟଣା ପରେ ଏହା ମଡେଲ୍ କାର୍ଯ୍ୟକଳାପ ସମୀକ୍ଷା କରୁଛି। ଓପନଏଆଇ କହିଛି ଯେ, ଏପର୍ଯ୍ୟନ୍ତ ଏହା ଏପରି କୌଣସି ଘଟଣା ଚିହ୍ନଟ କରିନାହିଁ ଯାହା ହଗିଂ ଫେସ୍ ପ୍ରୟାସର ଗମ୍ଭୀରତା ସହିତ ସମାନ ଥିଲା, ଯେଉଁଠାରେ ୭୦୦ ଏଆଇ ଏଜେଣ୍ଟ କମ୍ପାନୀର ସିଷ୍ଟମକୁ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ।
ଏହା ସୂଚାଇ ଦେଉଛି ଯେ, ପରୀକ୍ଷଣ ପର୍ଯ୍ୟାୟରେ ମଧ୍ୟ ଟେକ୍ କମ୍ପାନିଗୁଡ଼ିକ ସେମାନଙ୍କର ଉନ୍ନତ ଏଆଇ ମଡେଲଗୁଡ଼ିକ ଉପରେ ନିୟନ୍ତ୍ରଣ ହରାଉଛନ୍ତି। ଏଆଇ ମଡେଲଗୁଡ଼ିକ କେବଳ ସିଷ୍ଟମ ସୁରକ୍ଷାକୁ ଅଣଦେଖା କରୁନାହାନ୍ତି ନାହିଁ, ବରଂ ମାନବ ନିୟନ୍ତ୍ରଣରୁ ମଧ୍ୟ ଖସି ଯାଉଛନ୍ତି। ତଥାପି କମ୍ପାନୀ ଦାବି କରିଛି ଯେ ଏହି ସଂଗଠନଗୁଡ଼ିକରୁ କୌଣସି ତଥ୍ୟ ଚୋରି ହୋଇନାହିଁ।
ଏହିପରି ଦୁର୍ବ୍ୟବହାରପୂର୍ଣ୍ଣ ଏଆଇ ଘଟଣା ଓ ସୁରକ୍ଷା ବିପଦ ପାଇଁ ସମଗ୍ର ଏଆଇ ଶିଳ୍ପ ଉପରେ ନଜର ରଖାଯାଇଛି। ଜ୍ୟାକବ କକ୍ସନ ଓ ଇଭାନ ହୁବିଙ୍ଗରଙ୍କ ପରି ଏଆଇ ଗବେଷକମାନେ ଦାବି କରିଛନ୍ତି ଯେ, ଏଆଇ ଖୁବ୍ ଶୀଘ୍ର ମାନବଜାତିକୁ ଶେଷ କରିପାରେ। ଆନ୍ଥ୍ରୋପିକର ସିଇଓ ଡାରିଓ ଆମୋଡେଇ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଏହା ଏହି ପ୍ରଯୁକ୍ତିର ସବୁଠାରୁ ବଡ଼ ବିପଦ ହୋଇ ରହିଛି। ଏଆଇ ବିକାଶରେ ମନ୍ଥରତା ପାଇଁ ଆହ୍ୱାନ ପରେ, କିଛି ବଡ଼ ଆମେରିକୀୟ ଟେକ୍ କମ୍ପାନୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷିତ ଏଆଇ ବିକାଶ ପାଇଁ ଏକ ସ୍ୱେଚ୍ଛାକୃତ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି।


