November 4, 2024

ମଦ୍ୟପଙ୍କ ଦୁର୍ବ୍ୟବହାର

1 min read

ଭୁବନେଶ୍ବର: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ୨ଜଣ ମଦ୍ୟପ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବା ଅଭିଯୋଗ କରାଯାଇଛି। ଭୁବନେଶ୍ବର ନୟାପଲ୍ଲୀ ଥାନାରେ ଡିଆଇଜି ଲିଖିତ ଅଭିଯୋଗ କରି କହିଛନ୍ତି ଯେ ମାର୍କେଟିଂ ସାରି ତାଙ୍କ ପତ୍ନୀଙ୍କ ସହ ଫେରୁଥିବାବେଳେ ରାତି ପ୍ରାୟ ୧୧ଟାବେଳେ ରାସ୍ତାରେ ୨ଜଣ ମଦ୍ୟପ ବାଇକରେ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। କୋଷ୍ଟଗାର୍ଡର ଡିଆଇଜିଙ୍କ ଅଭିଯୋଗକୁ ନୟାପଲ୍ଲୀ ଥାନା ଆଇଆଇସି ଗ୍ରହଣ କରିବା ପରେ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ପିସିଆର ପଠାଇଛି। ତତ୍କାଳ ପଦକ୍ଷେପ ନେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ନୟାପଲ୍ଲୀ ଆଇଆଇସି ପ୍ରକାଶ କରିଛନ୍ତି।