October 27, 2024

ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ; CMOରୁ ବିଦା ହେଲେ ୨୨ ଅଧିକାରୀ

1 min read

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହୋଇଛି ବିଜେପି ସରକାର । ନୂଆ ସରକାର ଆସିବା ପରେ ପ୍ରଶାସନିକ ସ୍ଥରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବା ପରେ ବେଶ୍ ଆକ୍ଟିଭ୍ ମୁଡରେ ଅଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସିଛି ଏକ ବଡ଼ ଖବର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଛନ୍ତି ୨୨ଜଣ ଅଧିକାରୀ ।

ମିଳିଥିବା ସୂଚନା ଅପୁଯାୟୀ, ଉପସଚିବଙ୍କ ସମେତ ୭ଜଣ ସେକ୍ସନ ଅଫିସରଙ୍କୁ ବିଦା କରାଯାଇଛି । ସେହିପରି ୧୫ଜଣ ASOଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟାଯାଇଛି । ଦାୟିତ୍ୱ ନେବାର ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରଶାସନିକ ବ୍ୟବସ୍ଥା ଦେଖି ତାଜୁବ୍ ହୋଇଯାଇଥିଲେ ମୁଖ୍ୟମନ୍ତ୍ରୀ । ଏପରିକି କିଛି ଅଫିସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କବଜା କରି ଦୀର୍ଘ ବର୍ଷ ଧରି ରହିଥିବା ଦେଖିବାକୁ ପାଇଥିଲେ । ତେଣୁ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *