ଭିଜିଲାନ୍ସ ପକ୍ଷରୁ ଚଢ଼ାଉ
1 min read
ଭବାନୀପାଟଣା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡିଜିଲ୍ଲା ଧର୍ମଗଡ଼ ସ୍ଥିତ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ କାର୍ଯ୍ୟାଳୟ, ଧର୍ମଗଡ଼ ଓ ଭବାନୀପାଟଣାସ୍ଥିତ ବାସଭବନ, କାର୍ଯ୍ୟାଳୟ ଓ ଫାର୍ମ ହାଉସରେ ଭିଜିଲାନ୍ସ ବିଭାଗର ଚଢ଼ାଉ।କୋଟି କୋଟି ଟଙ୍କା ଠୁଳ ଅଭିଯୋଗ ହୋଇଛି। ଭବାନୀପାଟଣା ନିକଟସ୍ଥ ଦୁଆରସୁନିରେ ୨୦ ଏକରର ଉନ୍ନତମାନର ଅର୍ଦ୍ଧ ନିର୍ମିତ ଫାର୍ମ ହାଉସ, କୀଟପଦରରେ ୯ ଏକର ଫାର୍ମ ହାଉସ, ଗୋଶାଣୀମୁଣ୍ଡା ଘର ଆଦି ୫ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ବାବୁ ଫାର୍ମ ହାଉସ ସଉକ ଥିଲେ।


