ନୂଆ ବ୍ରାହ୍ମଣୀପୋଲ ଉପରେ ଜଳିଗଲା ଦୁର୍ଘଟଣାଗ୍ରସ୍ତ ହାଇୱା
1 min read
ରାଉରକେଲା: ନୂଆ ବ୍ରାହ୍ମଣୀପୋଲ ଉପରେ ଜଳିଗଲା ଦୁର୍ଘଟଣାଗ୍ରସ୍ତ ହାଇୱା l ସୋମବାର ଅପରାହ୍ନ ପ୍ରାୟ ଦେଢ଼ଟା ସମୟରେ ବେଦବ୍ୟାସରୁ ରାଉରକେଲା ଆସୁଥିବା ଏକ ଚିପ୍ସ ବୋଝେଇ ହାଇୱା ନିୟନ୍ତ୍ରଣ ହରାଇ ବ୍ରାହ୍ମଣୀ ପୋଲ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା l ପରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା lସୂଚନା ପାଇବା ପରେ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l ଏହି ଦୁର୍ଘଟଣାରୁ ଗାଡ଼ିଚାଳକ ଦୈବାତ୍ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି l ବ୍ରାହ୍ମଣୀତରଙ୍ଗ ପୁଲିସ ପହଞ୍ଚି ନିଆଁ ଲିଭାଇବା ସହ ଗାଡିଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l


